fbpx
BSKY
BJD MC SKY
BJD YOUTH SKY

ରେଳ ଧାରଣାରୁ ମାଆ ଓ ଝିଅର ମୃତଦେହ ଉଦ୍ଧାର

ଟାଙ୍ଗି, ୬ା୧୨ (ଓଡିଶା ଭାସ୍କର): ଟାଙ୍ଗି ଥାନା ନିକଟସ୍ଥ ଏକ ରେଳ ଧାରଣାରୁ ମାଆ ଓ ଝିଅର ମୃତଦେହ ପୋଲିସ ପକ୍ଷରୁ ଉଦ୍ଧାର କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଟାଙ୍ଗି ଥାନା ଉଜୁଡ଼ା ପଞ୍ଚାୟତର ଅଭିମାନପୁର ଗାଁ ନିକଟରେ ଦୁଇଜଣଙ୍କ ମୃତଦେହ ରେଲୱେ ଟ୍ରାକରେ ପଡ଼ିରହିଥିଲା । ଖବର ପାଇ ଟାଙ୍ଗି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବା ବେଳେ ଟ୍ରେନରେ କଟି ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ପାରିପାଶ୍ୱିର୍କ ପରିସ୍ଥିତିରୁ ସ୍ପଷ୍ଟ ହୋଇଛି ।

Get real time updates directly on you device, subscribe now.