fbpx

ଅକ୍ଷୟ କୁମାରଙ୍କୁ Gay ଭାବୁଥିଲେ ଡିମ୍ପଲ କପାଡ଼ିଆ, ଟ୍ୱିଙ୍କଲଙ୍କ ସହ ବିବାହ ପାଇଁ ରଖିଥିଲେ ଏଭଳି ସର୍ତ୍ତ

ମୁମ୍ବାଇ: ବଲିଉଡ ଷ୍ଟାର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଖୁବ୍ ଚର୍ଚ୍ଚା ହୋଇଥାଏ । ଅନେକ ସମୟରେ ସେମାନଙ୍କର ନୂଆ ପୁରୁଣା ଫଟୋକୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ ହୋଇଥାଏ । ବିଶେଷ କରି ସୋସିଆଲ ମିଡିଆ ଯୁଗରେ ବଲିଉଡରେ ଯେଉଁଠାରେ ଷ୍ଟାର ଏବଂ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଏକ ଭଲ ସଂପର୍କ ଥାଏ ।

ଆଜି ଖିଲାଡ଼ୀ ଷ୍ଟାର ଅକ୍ଷୟ କୁମାରଙ୍କ ଜନ୍ମଦିନ । ଆଉ ତାଙ୍କ ଜନ୍ମଦିନରେ ଚାଲନ୍ତୁ ତାଙ୍କ ବିଷୟରେ ଏକ ରୋଚକ କଥା ଜାଣିବା । ଅଭିନେତା ଅକ୍ଷୟ କୁମାର ଏବଂ ତାଙ୍କ ଶାଶୁ ଡିମ୍ପଲ କପାଡିଆଙ୍କ ସହ ଜଡ଼ିତ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଗତ କିଛି ଦିନରେ ଭାଇରାଲ ହୋଇଥିଲା ।

ଅକ୍ଷୟ କୁମାର ଏବଂ ପତ୍ନୀ ଟ୍ୱିଙ୍କଲ୍ ଖନ୍ନାଙ୍କ ବିବାହ ପ୍ରାୟ ୨୦ ବର୍ଷ ପୂରିଛି । ଉଭୟଙ୍କ କେମିଷ୍ଟ୍ରିକୁ ଆଜିବି ଲୋକମାନେ ପସନ୍ଦ କରନ୍ତି । ଅବଶ୍ୟ ଟ୍ୱିଙ୍କଲ ଖନ୍ନା ବିବାହ ପରଠାରୁ ରିଲ୍ ଲାଇଫରୁ ସଂପର୍କ ତୁଟାଇଦେଇଥିଲେ । କିନ୍ତୁ ରିଅଲ ଲାଇଫ୍ ରେ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।

୨୦୧୬ ରେ କରଣ ଜୋହରଙ୍କ ବହୁ ଚର୍ଚ୍ଚିତ କଫି ୱିଥ୍ କରଣରେ ନିଜ ଜୀବନ ସହ କିଛି ଅକୁହା କଥା କହିଛନ୍ତି । ଟ୍ୱିଙ୍କଲ କହିଥିଲେ ଯେ ତାଙ୍କ ମା ଡିମ୍ପଲ କପାଡ଼ିଆ ବିବାହ ପୂର୍ବରୁ ଅକ୍ଷୟଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ । କାରଣ ଡିମ୍ପଲଙ୍କୁ ଲାଗୁଥିଲା ଯେ ଯେ ଅକ୍ଷୟ ଗେ ଅଟନ୍ତି । ଆଉ ପୂରା ସର୍ତ୍ତ ପୂରଣ ହେବା ପରେ ହିଁ ଅକ୍ଷୟ ଖନ୍ନା ଖାନଦାନର ଜ୍ୱାଇଁ ହୋଇଥିଲେ । ବୋଧ ହୁଏ ଉଭୟଙ୍କ ବିବାହ ମଜବୁତ ହେବାର କାରଣ ହିଁ ହେଉଛି ଏହି ସର୍ତ୍ତ ସବୁ ।

ପ୍ରକୃତରେ ଉଭୟଙ୍କର ଦୁଇ ଦୁଇ ଥର ନିର୍ବନ୍ଧ ଭାଙ୍ଗିଥିଲା । କେତେବେଳେ ଡିମ୍ପଲଙ୍କ ଫିଲ୍ମ ଫ୍ଲପ୍ ହେବା କାରଣରୁ ତ’ ପୁଣି କେତେବେଳେ ଡିମ୍ପଲଙ୍କ ମନା କରିବା କାରଣରୁ । ଅକ୍ଷୟ ଅନେକ ଥର ପ୍ରୟାସ କରିବା ପରେ ଶେଷରେ ଡିମ୍ପଲ ଅକ୍ଷୟଙ୍କ ସାମ୍ନାରେ ଏକ ସର୍ତ୍ତ ରଖିଥିଲେ, ଯାହା ପୁରା ହେବା ପରେ ସେ ତାଙ୍କ ଝିଅର ହାତ ଅକ୍ଷୟଙ୍କ ହାତରେ ଦେବା ପାଇଁ ରାଜି ହୋଇଥିଲେ ।

ପ୍ରକୃତରେ ଟ୍ୱିଙ୍କଲ ଏବଂ ଅକ୍ଷୟଙ୍କ ବିବାହ କରିବା ପାଇଁ ଡିମ୍ପଲ ଦୁହିଁଙ୍କୁ ବିବାହ ପୂର୍ବରୁ ଏକ ବର୍ଷ ସାଥିରେ ରହିବାକୁ ସର୍ତ୍ତ ରଖିଥିଲେ । ଅକ୍ଷୟ କୁମାର ଏହି ସର୍ତ୍ତକୁ ଖୁସି ଖୁସି ମାନିନେଇଥିଲେ ଏବଂ ତା’ପରେ ସର୍ତ୍ତ ପୂରା ହେବାର ପରେ ୨୦୦୧ ରେ ଉଭୟ ବିବାହ କରିଥିଲେ । କିନ୍ତୁ ଏହି ଏକ ବର୍ଷରେ ଟ୍ୱିଙ୍କଲ ଅକ୍ଷୟଙ୍କ ପୂରା ଖାନଦାନ ସହ ଜଡ଼ିତ ପ୍ରତି କଥାର ଖବର ନେଇଥିଲେ । ସେ ଖବର ନେଇଥିଲେ ଯେ ପରିବାରରେ କାହାକୁ କ’ଣ ରୋଗ ହୋଇଛି । ପରିବାର ଲୋକ ଜଲଦୀ ଜନ୍ଦା ହେଉନାହାଁନ୍ତି ତ’, କାହାକୁ କେଉଁ ରୋଗ କାରଣରୁ ମୃତ୍ୟୁ ହୋଇଛି ।

 

Get real time updates directly on you device, subscribe now.