fbpx
BJD
BJD SKY
BJD SKY

ଶାଶୁକୁ ହେଲା ଜ୍ୱାଇଁ ସହ ପ୍ରେମ; ସ୍ୱାମୀକୁ ଛାଡ଼ି ହୋଇଗଲେ ଫେରାର

BJD

ନୂଆଦିଲ୍ଲୀ: ପ୍ରେମରେ ଜାତି, ବର୍ଣ୍ଣ, ଧର୍ମ ବା ବୟସ କିଛି ବି ଦେଖା ଯାଇନଥାଏ । କିନ୍ତୁ ଶାଶୁ ଓ ଜ୍ୱାଇଁଙ୍କ ପ୍ରେମ ସମ୍ପର୍କ କଥାଟା ଶୁଣିଲେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ । ତେବେ ପ୍ରେମ ସମ୍ପର୍କର ଏଭଳି ଉଦାହରଣ ରାଜସ୍ଥାନର ସିରୋହୀ ଜିଲ୍ଲାରେ ଦେଖିବାକୁ ମିଳିଛି । ଏହି ଅଞ୍ଚଳରେ ଜଣେ ଶାଶୁ ତାଙ୍କ ଜ୍ୱାଇଁଙ୍କୁ ପ୍ରେମ କରି ଫେରାର ହୋଇ ଯାଇଥିବା ଘଟଣା ସାମ୍ନାକୁ ଆସିଛି । ଜ୍ୱାଇଁ ଜଣକ ନିଜ ଶ୍ୱଶୁରକୁ ଅତ୍ୟଧିକ ମଦ ପିଆଇ ବେହୋସ କରିବା ପରେ ନିଜ ଶାଶୁକୁ ନେଇ ଫେରାର ହୋଇ ଯାଇଥିଲା । ଯାହା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ସୂଚନା ଅନୁଯାୟୀ ଏହି ଅଞ୍ଚଳର ସିୟାକରା ଗାଁରେ ରହୁଥିବା ଜଣେ ଶାଶୁଙ୍କୁ ନିଜ ଜ୍ୱାଇଁ ସହ ପ୍ରେମ ହୋଇ ଯାଇଥିଲା । ଝିଅର ସ୍ୱାମୀ ସହ ଅନୈତିକ ସମ୍ପର୍କ ସ୍ଥାପନ କରିଥିଲେ ଶାଶୁ । ୪୦ ବର୍ଷିୟ ଶାଶୁ ନିଜ ୨୭ବର୍ଷିୟ ଜ୍ୱାଇଁକୁ ବିବାହ କରିବାକୁ ଚାହୁଁଥିଲେ । ଦୁଇ ଜଣ ଘରୁ ଫେରାର ହେବାର ଯୋଜନା ବନାଇଥିଲେ । ଏବଂ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ୩୦ ଡିସେମ୍ବରରେ ଦୁଇ ଜଣ ଫେରାର ହୋଇ ଯାଇଥିଲେ ।

ପିଡ଼ିତ ବ୍ୟକ୍ତି କହିଛନ୍ତି ସେ ନିଜ ଝିଅର ବିବାହ ମାମାୱଲୀରେ ରହୁଥିବା ନାରାୟଣ ଯୋଗୀଙ୍କ ସହ କରିଥିଲେ । ବିବାହ ପରେ ଝିଅ ଜ୍ୱାଇଁ ଘରକୁ ପ୍ରାୟତଃ ସମୟରେ ଆସୁଥିଲେ । ୩୦ ଡିସେମ୍ବରରେ ଜ୍ୱାଇଁ ଏକା ଘରକୁ ଆସିଥିବାରୁ ଶ୍ୱଶୁର ତାଙ୍କ ସହ ପାର୍ଟି କରିଥିଲେ । ଏହି ସମୟରେ ଜ୍ୱାଇଁ ଶ୍ୱଶୁରଙ୍କୁ ଅତ୍ୟଧିକ ମଦ ପିଆଇଥିଲେ । ତାଙ୍କୁ ନିଶା ହୋଇ ଯାଇଥିବାରୁ ସେ ଶୋଇ ଯାଇଥିଲେ । ନିଦରୁ ଉଠିବା ପରେ ଜାଣିବାକୁ ପାଇଥିଲେ ତାଙ୍କ ସ୍ତ୍ରୀ ଏବଂ ଜ୍ୱାଇଁ ଘରେ ନାହାନ୍ତି ।

ଥାନା ଅଧିକାରୀ ବଳଭଦ୍ର ସିଂ କହିଛନ୍ତି ପୋଲିସ ଘଟଣାର ତଦନ୍ତ କରୁଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ମହିଳାଙ୍କର ୩ଟି ଝିଅ ଏବଂ ଗୋଟିଏ ପୁଅ ରହିଛି । ତେବେ ଜ୍ୱାଇଁ ଜଣକ ୩ଟି ଛୁଆର ବାପା ଥିବା ମଧ୍ୟ ଜଣାପଡ଼ିଛି । ଜ୍ୱାଇଁ ଶାଶୁ ସହିତ ନିଜ ଝିଅକୁ ମଧ୍ୟ ସାଙ୍ଗରେ ନେଇ ଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.