ହାଏରେ ବିଧାତା ! ମାଂସ ପାଇଁ ଝିଅଙ୍କୁ ହତ୍ୟା କଲା ମା

ଯେଉଁ ମା’ ନିଜ ପିଲାପାଇଁ ଜୀବନ ଦେଇପାରେ, ସେ କେବେ ବି ପିଲାଙ୍କୁ ହତ୍ୟା କରିପାରିବ କି? କିନ୍ତୁ ଏଭଳି ଏକ ଅଭାବନୀୟ ଘଟଣା ଛତିଶଗଡ ସୁରଜପୁରରେ ଘଟିଯାଇଛି, ଯାହାକୁ ଆପଣ ସହଜରେ ବିଶ୍ୱାସ କରିବା କଷ୍ଟକର ହୋଇଯିବ । ସେଠାରେ ଜଣେ ମା’ ନିଶା ଅବସ୍ଥାରେ ସାମାନ୍ୟ ମାଂସ ପାଇଁ ନିଜ ଜନ୍ମକଲା ୨ ଝିଅଙ୍କୁ ହତ୍ୟା କରିଛି । ନିଜର ଆବଶ୍ୟକତା ପୂରଣ ନହେବାରୁ ନିଶାରେ ମା ଜଣକ ଏପରି କାଣ୍ଡ ଘଟାଇଛନ୍ତି, ଯାହାକୁ ସେ ଆଉ ପୂରଣ କରିପାରିବେ ନାହିଁ । ଏପରି ଖବର ଶୁଣିବା ପରେ ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇପଡିଛନ୍ତି ।

Uttarakhand Govt.

ତେବେ ସୁରଜପୁର ଜିଲ୍ଲାର ଟାକର କରମୀ ଟିକ୍ରାରେ କଭିଲାସ ତାଙ୍କ ପତ୍ନୀ ଓ ଦୁଇ ଝିଅ ସହ ରହୁଥିଲେ । ସୋମବାର ଦିନ ସେ ବଜାରରୁ ପନିପରିବା ସହ ଚିକେନ୍ ଆଣିଥିଲେ, ଯାହାକୁ ସନ୍ଧ୍ୟାରେ ସମସ୍ତେ ମିଶି ଖାଇସାରିଥିଲେ । ଝିଅମାନେ ରୁମକୁ ଯାଇ ଶୋଇବା ପରେ କଭିଲାସ ଓ ତାଙ୍କ ପତ୍ନୀ ମଦ ପିଇବା ଆରମ୍ଭ କରିଥିଲେ । ମଦ ପିଇବା ବେଳେ ଅଭିଯୁକ୍ତ ମହିଳା ଚିକେନ୍ ଖୋଜିଥିଲେ । ଏହାପରେ ନିଶାରେ ସେ ଘରେ ଥିବା ୪ଟି କୁକୁଡାକୁ ହତ୍ୟା କରିବା ସହ ଝିଅମାନଙ୍କୁ ରୋଶେଇ କରିବାରେ ସାହାର୍ଯ୍ୟ କରିବାକୁ ଡାକିଥିଲେ । ମାତ୍ର ଝିଅମାନେ ନିଦରେ ଶୋଇପଡିଥିବାରୁ ଉଠିପାରିନଥିଲେ । ଏଥିରେ ରାଗିଯାଇ ମହିଳା ଜଣକ ତାଙ୍କର ୫ ବର୍ଷର ଝିଅ ହିରାମତି ଓ ୪ ବର୍ଷର ଝିଅ ସରସ୍ୱତୀକୁ କୁରାଢିରେ ହତ୍ୟା କରିଥିଲେ । କଭିଲାସଙ୍କ ଅଭିଯୋଗ ପରେ ଅଭିଯୁକ୍ତ ମହିଳା ବା ତାଙ୍କ ପତ୍ନୀଙ୍କୁ ପୋଲିସ ଗିରଫ କରିଛି ।