fbpx

ଦଶମ, ଦ୍ୱାଦଶ ବୋର୍ଡ଼ ପରୀକ୍ଷାକୁ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ, ୨୦ା୫: କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ୧୭ମେ ରେ ଲକଡାଉନ ଅବଧି ଶେଷ ହେଉଥିଲା କିନ୍ତୁ ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ସରାକାର ଏହି ଲକଡାଉନ ଅବଧିକୁ ବୃଦ୍ଧି କରି ମେ ୩୧ଯାଏଁ କରିଛନ୍ତି । ତାଲାବନ୍ଦ ଯୋଗୁଁ ସ୍ଥଗିତ ପରୀକ୍ଷା କରାଇବାକୁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ପାଇଁ କେନ୍ଦ୍ର ପକ୍ଷରୁ ଅନୁମତି ମିଳିଛି । ସମସ୍ତ ରାଜ୍ୟକୁ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ ସଚିବ । ରାଜ୍ୟ ବୋର୍ଡ଼, ସିବିଏସଇ, ଆଇସିଏସଇର ବାର୍ଷିକ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବାର୍ଷିକ ପରୀକ୍ଷା କରାଇବା ପାଇଁ କେନ୍ଦ୍ର ପକ୍ଷରୁ ମଧ୍ୟ ଗାଇଡ଼ଲାଇନ ଜାରି ହୋଇଛି । ସମ୍ପୃକ୍ତ ରାଜ୍ୟର ବୋର୍ଡ଼ ପରୀକ୍ଷା ସୂଚୀ ପ୍ରସ୍ତୁତ କରିବେ । କଣ୍ଟେନମେଣ୍ଟ ଜୋନରେ ପରୀକ୍ଷା କେନ୍ଦ୍ର କରାଯାଇ ପାରିବ ନାହିଁ । ପରୀକ୍ଷାର୍ଥୀ, ପରୀକ୍ଷା ନିରୀକ୍ଷକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ପରୀକ୍ଷା କେନ୍ଦ୍ରରେ ସାମଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ପରୀକ୍ଷା କେନ୍ଦ୍ରରେ ସ୍କ୍ରିନିଂ ଓ ସାନିଟାଇଜର ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସ୍ୱତନ୍ତ୍ର ବସରେ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ ଯିବେ । ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରିବେ ରାଜ୍ୟ ସରକାର । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଲାସ ଆରମ୍ଭ ଉପରେ ପୂର୍ବଭଳି କଟକଣା ଲାଗୁ ହୋଇଛି ।

Get real time updates directly on you device, subscribe now.