ଦୁଇ ପିଲାଙ୍କର ମାଆକୁ ହେଲା ନାବଳକ ଭଣଜା ସହ ପ୍ରେମ, ଚୁଟି ଧରି ଘୋଷାଡ଼ି ଘୋଷାଡ଼ି ଘରୁ କାଢ଼ି ଦେଲେ ଶାଶୁ ଶଶୁର
ବିହାରର ଖଗଡ଼ିୟାରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହେଉଛି। ଭିଡିଓ ପରବତ୍ତା ଥାନା ଅଞ୍ଚଳର କୁଲଲ୍ଡିୟା ଗାଁର।
ବିହାର: ମହିଳାଙ୍କୁ ନିର୍ମମ ଭାବେ ମାଡ଼। ସେତିକିରେ ମନ ଶାନ୍ତି ହେଲାଣି, ଚୁଟିକୁ ଧରି ଘୋଷାଡ଼ି ଘୋଷାଡ଼ି ଘରୁ କାଢ଼ିଦେଲେ ଶାଶୁ-ଶଶୁର । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ବିହାରର ଖଗଡ଼ିୟାରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହେଉଛି। ଭିଡିଓ ପରବତ୍ତା ଥାନା ଅଞ୍ଚଳର କୁଲଲ୍ଡିୟା ଗାଁର। ମହିଳା ଶାଶୁ- ଶଶୁରଙ୍କ ଦ୍ୱାରା ଏଭଳି ମାଡ଼ ଖାଉଥିବା ଦେଖିବାକୁ ମିଳିଛି।
ଚପଲରେ ମୁହଁକୁ ମାଡ଼ ସହ ଚୁଟିକୁ ଟାଣି ଘୋଷାଡ଼ି ଘୋଷାଡ଼ି ନେବା ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି। ଗାଁ ଏକ ଯୁବକ ଏହି ଘଟଣାକୁ ଭିଡିଓ କରିଥିବା ସୂଚନା ମିଳିଛି।
ମହିଳା ଜଣଙ୍କ ନାବାଳିକଙ୍କ ପ୍ରେମରେ ଏତେ ପାଗଳ ଥିଲେ କି ତାଙ୍କ ସ୍ୱାମୀ ଏବଂ ଦୁଇ ପିଲାଙ୍କୁ ଛାଡ଼ି ଦେଇଥିଲେ। ଏବେ ନାବାଳିକଙ୍କର ପରିବାର ମହିଳାଙ୍କୁ ଘରୁ ମାରପିଟ କରି ବାହାର କରୁଥିବା ଦେଖିବାକୁ ମିଳିଛି। ହେଲେ ମହିଳା ଜଣଙ୍କ ପ୍ରେମରେ ଏତେ ପାଗଳ କି କୌଣସି ପରିସ୍ଥିତି ନାବାଳକଙ୍କୁ ଛାଡ଼ିବାକୁ ଚାହାଁନ୍ତି ନାହିଁ।
ପୋଲିସ ପକ୍ଷରୁ କୁହାଯାଇଛି ମାମଲାର ତଦନ୍ତ କରାଯିବ। ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନା ଅନୁସାରେ କୁଲଡିୟାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କୁ ତାଙ୍କ ୧୬ ବର୍ଷିୟ ଭଣଜାଙ୍କ ସହ ପ୍ରେମ ହୋଇଯାଇଥିଲା। ମହିଳାଙ୍କ ସ୍ୱାମୀ ଅନ୍ୟ ସହରରେ ରହି ଶ୍ରମିକ ଭାବେ କାମ କରୁଥିଲେ।
ଏହି ସମୟରେ ନାବାଳକ ଭଣଜା ସହ ଅନୈତିକ ସମ୍ପକ ସ୍ଥାପନ କରିଥିଲେ ମହିଳା ଜଣଙ୍କ। ମହିଳାଙ୍କ ସ୍ୱାମୀ ଯେତେବେଳେ ଘରକୁ ଫେରିଥିଲେ ସେହି ସମୟରେ ପତ୍ନୀ ୩ ଦିନ ପର୍ଯ୍ୟନ୍ତ ବାହାରେ ରହିଥିଲେ।
ଆଉ ଘରକୁ ଫେରି ସ୍ୱାମୀଙ୍କୁ କହିଥିଲେ ସେ ତାଙ୍କ ଭଣଜାଙ୍କୁ ଭଲ ପାଉଛନ୍ତି। ତାଙ୍କ ସହ ରହି ଆଗକୁ ଜୀବନ କାଟିବାକୁ ଚାହୁଁଛନ୍ତି। ଏହା ପରେ ଗାଁ ଲୋକ ପଞ୍ଚାୟତ ବସାଇ ମହିଳାଙ୍କ ସହ ନାବାଳକଙ୍କ ବିବାହ କରିଥିଲେ।
ମହିଳା ପ୍ରେମରେ ଏତେ ଅନ୍ଧ ଥିଲେ ଯେ ନାବାଳକଙ୍କ ପ୍ରେମ ଆଗରେ ତାଙ୍କୁ ଦୁଇ ଛୁଆଙ୍କ କଥା ମଧ୍ୟ ଭୁଲି ଯାଇଥିଲେ। ଲିଖିତ ଭାବରେ ମହିଳା ଲେଖିଥିଲେ କି ତାଙ୍କର ତାଙ୍କ ସ୍ୱାମୀ ଏବଂ ପିଲାଙ୍କ ସହ କୌଣସି ସମ୍ପର୍କ ନାହିଁ। ଭବିଷ୍ୟତରେ ସେମାନଙ୍କ ସହ କୌଣସି ସମ୍ପର୍କ ରଖିବାକୁ ଚାହାଁନ୍ତିନି।
ଏବେ ନାବାଳକଙ୍କ ପରିବାର ମହିଳାଙ୍କୁ ଘରେ ଗ୍ରହଣ ନକରିବା ସହ ମାରପିଟ କରି ଘରୁ ବାହାର କରିଦେଇଥିବା ଖବର ସାମ୍ନାକୁ ଆସିଛି।