ଛି ଛି ଛି ଲୋ ମା’ ଛି…ଝିଅର ନଗ୍ନ ଭିଡିଓକୁ ନିଜ ପ୍ରେମିକ ସହ ଶେୟାର କଲା ମା’
ମା’ର ଜଘନ୍ୟ କାଣ୍ଡ । ଅଭିଯୋଗ ପରେ ପ୍ରେମିକ ସହ ମା’କୁ ଗିରଫ କଲା ପୋଲିସ ।
ପୁଣେ: ମହାରାଷ୍ଟ୍ର ପୁଣେରୁ ଏକ ଚାଞ୍ଚଲ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି । ମା’ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛି ଝିଅ । ନାବାଳିକା ଝିଅ ଗାଧୋଇଲା ବେଳେ ମା’ ଲୁଚି କରୁଥିଲା ଭିଡିଓ ।
ଏ ଘଟଣା ପୁଣେର ବିବୱେୱାଡିରେ ଘଟିଛି । ୮ମ ଶ୍ରେଣୀ ଛାତ୍ରୀ ଗାଧୋଇବା ବେଳର ଭିଡିଓ ଭାଇରାଲ ହେବା ପରେ ନାବାଳିକା ଝିଅ ପୋଲିସ ନିକଟରେ ମା’ ବିରୋଧରେ ଅଭିଯୋଗ କରିବା ପରେ ସତ ପଦାକୁ ଆସିଛି ।
ସ୍ଥାନୀୟ ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ମା’ର ଘର ମାଲିକ ସହିତ ଖରାପ ସମ୍ପର୍କ ଥିଲା । ଯାହା ତାଙ୍କ ଝିଅ ଜାଣିପାରିଥିଲେ । କାଳେ ସେ ଅନ୍ୟମାନଙ୍କୁ ଏ ସମ୍ପର୍କ ବିଷୟରେ କହିଦେବ ଭାବି ମା’ ଓ ପ୍ରେମିକ ମିଶି ଯୋଜନା କଲେ ।
ସେମାନେ ଝିଅର ଗାଧୁଆବେଳର ଭିଡିଓ କରି ଇଣ୍ଟରନେଟରେ ଛାଡିଦେଲେ । ଏପରି କରିବା ପଛର କାରଣ ଝିଅକୁ ବ୍ଲାକମେଲ କରିବା ସହ ତାଙ୍କ ପରକୀୟା ପ୍ରୀତି ଗୋପନୀୟ ରହୁ ବୋଲି ସେମାନଙ୍କ ଉଦ୍ଦେଶ୍ୟ ଥିଲା ।
ଅଭିଯୋଗ କ୍ରମେ ସ୍ଥାନୀୟ ପୋଲିସ ଘଟଣାର ଛାନଭିନ୍ କରି ଅଭିଯୁକ୍ତ ମା’କୁ ଧରିବାକୁ ଯିବାବେଳେ ସେ ତାଙ୍କ ପ୍ରେମିକ ସହ ମିଶି ସହର ଛାଡ଼ି ଚାଲିଗଲେ । କିନ୍ତୁ ସ୍ଥାନୀୟ ପୋଲିସର ସ୍ୱତନ୍ତ୍ର ଟିମ୍ ଦୁଇଜଣଯାକଙ୍କୁ ଖୋଜି ବାହାର କରିବାରେ ସଫଳ ହୋଇଥିଲା । ଦୁଇଜଣଙ୍କୁ ପୋଲିସ ଗିରଫ କରି ଘଟଣାର ଛାନଭିନ ଚଳାଇଛି ।