Breaking: ଚଳନ୍ତା ଟ୍ରେନରୁ ପଡ଼ି ମା’ଓ ୧୨ ବର୍ଷର ପୁଅ ଗୁରୁତର, ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି

ଢେଙ୍କାନାଳ: ଚଳନ୍ତା ଟ୍ରେନରୁ ଖସିପଡ଼ିଲେ ମା’ ଓ ପୁଅ । ଦାଣ୍ଡିମାଳ ଷ୍ଟେସନରେ ଚଳନ୍ତା ଟ୍ରେନ୍ରୁ ଓହ୍ଲାଇବାବେଳେ ଅଘଟଣ । ଦୁର୍ଘଟଣାରେ ମା ଓ ୧୨ ବର୍ଷର ପୁଅ ଗୁରୁତର ହୋଇଥିବା ସୂଚନା । ଚିକିତ୍ସା ପାଇଁ ଉଭୟେଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପର୍ଜଙ୍ଗ ଥାନା ଡିହଡୋଳ ଗ୍ରାମର ୨୫ ବର୍ଷର ଯୁବକ ଟୁକୁନ ସାହୁ ଦୁଇଦିନ ପୂର୍ବେ ଏକ ମାଲବାହୀ ଟ୍ରେନ ସମ୍ମୁଖକୁ ଆସି ଆତ୍ମହତ୍ୟା କରିଥିବା ସକାଳେ ଜଣାପଡ଼ିଥିଲା ବେକାରୀ, ଦରିଦ୍ରତା ପାଇଁ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଗ୍ରାମବାସୀଙ୍କ ଠାରୁ ଜଣାଯାଇଛିl ଖବର ପାଇ ଘଟଣା ସ୍ଥଳରେ ଜି ଆର ପି ପୁଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।