fbpx

ଷ୍ଟାର୍ଟ ଅପ ଓଡ଼ିଶା-HDFC ବ୍ୟାଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର, ୧୨ା୨(ଓଡ଼ିଶା ଭାସ୍କର): ଷ୍ଟାର୍ଟ ଅପ ଓଡ଼ିଶା ଓ ଏଚଡ଼ିଏଫସି ବ୍ୟାଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ଏମଏସଏମଇ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ବିଭାଗୀୟ ସଚିବ ମଧ୍ୟ ଉପସ୍ଥିତ ରହିଥିଲେ । ରାଜ୍ୟରେ ଷ୍ଟାର୍ଟ ଅପ ଶିଳ୍ପର ପ୍ରୋତ୍ସାହନ ଓ ଦିଗଦର୍ଶନ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି । ରାଜ୍ୟର ଏବର୍ଷ ୧ହଜାର ଷ୍ଟାଟ୍ ଅପ ଶିଳ୍ପକୁ ପ୍ରୋତ୍ସାହିତ କରାଯିବ । ଷ୍ଟାର୍ଟ ଅପ୍ ଶିଳ୍ପକୁ ବ୍ୟାଙ୍କିଙ୍ଗ ସହାୟତା ଯୋଗାଇଦେବ ଏଚଡ଼ିଏଫସି ବ୍ୟାଙ୍କ । ସାମାଜିକ ପ୍ରଭାବ ଥିବା ଷ୍ଟାର୍ଟ ଅପକୁ କୋଟିଏ ଟଙ୍କା ମିଳିବ । ଏଚଡ଼ିଏଫସି ସହ ପଞ୍ଜିକୃତ ଶିଳ୍ପ ବିଭିନ୍ନ କ୍ଷେତ୍ରରେ ରିହାତି ପାଇବେ । ସ୍ଥାୟୀ ସାମାଜିକ ପରିବର୍ତ୍ତନ ପାଇଁ ପରିବର୍ତ୍ତନ ଅନୁଦାନ ମିଳିବ । ରାଜ୍ୟରେ ୫୭୦ଟି ଷ୍ଟାର୍ଟ ଅପ ପ୍ରକଳ୍ପ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୧୫୦ଟି ଷ୍ଟାର୍ଟ ଅପ୍ ପ୍ରକଳ୍ପ ମହିଳାଙ୍କ ନେତୃତ୍ୱରେ ଚାଲୁଛି । ୧୩ଟି ନୋଡ଼ାଲ ଏଜେନ୍ସି ଦ୍ୱାରା ପ୍ରକଳ୍ପ ପରିଚାଳିତ ହେଉଛି ବୋଲି ନବୀନ କହିଛନ୍ତି ।

Get real time updates directly on you device, subscribe now.