fbpx
BSKY SKY
BSKY SKY

ଭୁବନେଶ୍ୱର ହାଇକୋର୍ଟ ସ୍ଥାନାନ୍ତର ଦାବିରେ ଓକିଲ ସଂଘର ଆନ୍ଦୋଳନ

BSKY

କଟକ (ଭାସ୍କର ନ୍ୟୁଜ୍): ଭୁବନେଶ୍ୱରକୁ ହାଇକୋର୍ଟ ସ୍ଥାନାନ୍ତର ଦାବି ନେଇ ଶୁକ୍ରବାର ଓକିଲମାନେ ଆନ୍ଦୋଳନ କରିଛନ୍ତି । ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ କୋର୍ଟର ମୁଖ୍ୟ ଫାଟକ ନିକଟରେ ପ୍ରତିବାଦ କରି ଧାରଣା ଦେଇଥିଲେ । ସବୁ ରାଜ୍ୟର ରାଜଧାନୀରେ ହାଇକୋର୍ଟ ରହିଥିବା ବେଳେ ଭୁବନେଶ୍ୱରରେ ହାଇକୋର୍ଟ ସ୍ଥାପନ ହେଲେ ବହୁ ଆଇନଜୀବୀ ଓ ଜନସାଧାରଣ ଉପକୃତ ହେବେ । ଏହି ଶାନ୍ତି ପୂଣ୍ଣ ଧାରଣାରେ ବରିଷ୍ଠ ଆଇନଜୀବୀ ସମେତ ସଂଘର ସଭାପତି ରବି ନାରାୟଣ ସାମନ୍ତରାୟ, ସମ୍ପାଦକ ରାଜ୍ କିଶୋର ଦାସ, ସଂଘଠନ  ସମ୍ପାଦକ ଅଶୋକ ବଡ଼ପଣ୍ଡା, ସହ ସମ୍ପାଦକ ରାଜେନ୍ଦ୍ର କୁମାର ଦାସ, ଅଭିନାଶ ମହାନ୍ତି, ଚିନ୍ମୟ ମହାପାତ୍ର,
ଚିତ୍ରସେନ ଶ୍ରୀଚନ୍ଦନ, ଚିତରଞ୍ଜନ ବୈରୀଶାଲ, ଡ. ଲିଙ୍ଗରାଜ ସାହୁ ଓ ଯୁବ ଆଇନଜୀବୀମାନେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.