fbpx
BSKY
BJD MC SKY
BJD MS SKY

କରେନା ପ୍ରଭାବ ,ଫିଲ୍ମ ଓ ଟେଲି ଇଣ୍ଡଷ୍ଟ୍ରିକୁ ଜବରଦସ୍ତ ଝଟକା

କରେନା ପାଇଁ ସାରା ଦେଶରେ ଲକ୍ ଡାଉନ । ଏଭଳି ଅବସ୍ଥାରେ ନାଁ କେହି ଘରୁ ବାହାରିପାରୁଛନ୍ତି ନାଁ କିଛି ସାମୁହିକ କାମ କରାଯାଇପାରୁଛି । ଯାହାର ସିଧା ପ୍ରଭାବ ପଡିଛି ମନୋରଂଜନ ଶିଲ୍ପ ଉପରେ । ମେଗା ଟେଲି ସିରିଏଲ ର ସୁଟିଂ ହୋଇପାରୁ ନାହିଁ । ବିଗ ବଜେଟ୍ ର ଅଧିକାଶ ଫିଲ୍ମର ସୁଟିଂ ବି ହୋଇପାରୁ ନାହିଁ । କିଛି ପ୍ରଯୋଜକ ଫିଲ୍ମ ର ରିଲିଜ୍ ଡେଟ୍ ଆଗାମୀ ତିନି ମାସ ପର୍ଯ୍ୟନ୍ତ ଘୁଚାଇ ଦେଇଛନ୍ତି । ଯାହାର ସୁଟିଂ ସରିଛି ତାର ପୋଷ୍ଟ ପ୍ରଡକ୍ସନ କାମ ଅଧୁରା ପଡିଛି । ଇଦ୍ରେ ରିଲିଜ ହେବାକୁ ଥିବା ସଲମାନ ଖାନ୍ ଙ୍କ ରାଧେର ସୁଟିଂ ଏବେ ଅଧାରେ । ସେହପରି ସମାନ ଅବସ୍ଥା ରଣବୀର ସିଂଙ୍କ ଅଭିନିତ ୮୩ ର । ୟଶରାଜ ପ୍ରଡକ୍ସନ ମଧ୍ୟ ସନ୍ଦୀପ ପିଙ୍କି ଫରାର୍ ର ରିଲିଜ୍ ତାରିଖ ଘୁଚାଇଛି । ବାଗି ଥ୍ରୀ ଓ ଅଂଗ୍ରେଜୀ ମିଡିୟମ ରିଲିଜ୍ ହୋଇ ମଧ୍ୟ ରିଲିଜ୍ ନହେବା ପରି ।

Get real time updates directly on you device, subscribe now.