fbpx

ଚୀନର ଉହାନରୁ ଉଠିଲା ୭୬ ଦିନିଆ ଲକ୍ ଡାଉନ

କରେନାର ଉତ୍ପତ୍ତି ସ୍ଥଳ ଉହାନ ସହର ଏବେ କରୋନା ମୁକ୍ତ । ତେଣୁ ଗତ ଜନୁଆରୀ ଶେଷରେ ଲାଗୁ ହୋଇଥିବା ଲକ୍ ଡାଉନକୁ ଆଜି ଉଠାଯାଇଛି ।ବିଶେଷ କରି ଡେଲିଭର ମ୍ୟାନ,ଡାକ୍ତର,ନର୍ସ ,ଚାକିରୀଆ ଏବେ ନିଦ୍ୱନ୍ଦରେ ଯା ଆସ କରିପାରେବେ । କରେନା ମହାମାରୀ ପ୍ରଭାବରେ ଦୀର୍ଘ ଅଢ଼େଇ ମାସ ବନ୍ଦଥିବା ଉହାନବାସୀ ଏବେ ଶାନ୍ତିରେ ନିଶ୍ୱାସ ମାରିଛନ୍ତି । ଗତ ୨୫ ତାରିଖରେ ଆଂଶିକ ଭାବେ ଲକ୍ ଡାଉନ ଉଠାଯାଇଥିଲା । ସେମାନଙ୍କ ପାଇଁ ଲକ୍ ଡାଉନ ଉଠିଥିଲା ଯେଉଁ ମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ସ୍ୱାସ୍ଥ୍ୟ ଠିକ୍ ଥିବା ନେଇ କ୍ୟୁ ଆର୍ କୋର୍ଡ ଦେଇଥିଲା ।ଆଜି ସଭିଙ୍କ ଉପରୁ କଟକଣା ଉଠାଯାଇଛି । ଲକ୍ ଡାଉନ ଉଠିବାର ପ୍ରଥମ ଦିନରେ ୫୫ ହଜାର ଲୋକ ଟ୍ରେନରେ ଉହାନ ସହର ବାହାରକୁ ଯାତ୍ରା କରିଛନ୍ତି ।

Get real time updates directly on you device, subscribe now.