fbpx

ଚଳନ୍ତା ଗାଡ଼ି ଦୁର୍ଘଟଣାଗ୍ରସ୍ତ: ବସ୍ ସହ ୩୦ ଯାତ୍ରୀ ଜୀବନ୍ତ ଜଗ୍ଧ

ନୂଆଦିଲ୍ଲୀ: ବର୍ତ୍ତମାନ ସବୁଆଡ଼େ ବୃଦ୍ଧି ପାଇବାରେ ଲାଗିଛି ସଡ଼କ ତଥା ଟ୍ରେନ ଦୁର୍ଘଟଣା । ତେବେ ଏହା ମଧ୍ୟରେ ପାକିସ୍ତାନରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏହି ବସ୍ ଦୁର୍ଘଟଣାରେ ପ୍ରାୟ ୩୦ ଜଣଙ୍କୁ ଅଧିକ ଲୋକ ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି । ଚଳନ୍ତା ବସ୍ ରେ ହଠାତ୍ ନିଆଁ ଲାଗିଯିବାରୁ ଗାଡ଼ିରେ ଥିବା ପ୍ରାୟ ୩୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ତଥା ସଂକଟପୂର୍ଣ୍ଣ ରହିଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ, ପଞ୍ଜାବର ପିଣ୍ଡି ଭଟିୟାଠାରେ ଏକ ଭୟଙ୍କା ସଡ଼କ ଦୁର୍ଘଟଣା ଘଟିଛି । କରାଚୀରୁ ଇସଲାମାବାଦ ଯିବା ବାଟରେ ବସ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇ ବସ୍ ରେ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଫଳରେ ଥିବା ଘଟଣାସ୍ଥଳରେ ନିଆଁରେ ପୋଡ଼ି ହୋଇ ଯାତ୍ରୀବାହୀ ବସ୍ ରେ ୩୦ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏହାବ୍ୟତୀତ ୭ ଜଣଙ୍କ ଅବସ୍ଥା ଖୁବ ଗୁରୁତର ଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କୌଣସି ବିଶେଷ ସୂଚନା ମିଳିପାରି ନାହତଁ

Get real time updates directly on you device, subscribe now.