fbpx
BJD SKY
BJD SKY

ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ମିଳିଲା ବିଜେଡିରେ ବଡ଼ ଦାୟିତ୍ୱ

BJD

ଓଡ଼ିଶା ଭାସ୍କର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ସାଂସଦ ତଥା ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁଙ୍କୁ ବିଜୁ ଜନତା ଦଳ ଏକ ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ରାଜ୍ୟ ବିଜେଡି ଉପସଭାପତି କରାଯିବା ସହ ଦଳର ମାନିଫେଷ୍ଟୋ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି। ଏନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ତେବେ ସାଂସଦ ଚନ୍ଦ୍ରଶେଖର ସାହୁ ୨୦୧୯ରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରୁ ବିଜୟୀ ହୋଇଥିଲେ। ଚନ୍ଦ୍ରଶେଖର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କଠାରୁ ୯୪,୮୪୪ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ଏହି ବିଜୟ ସହ ଚନ୍ଦ୍ରଶେଖର ଦ୍ୱିତୀୟ ଥର ପାଇଁ ବ୍ରହ୍ମପୁରର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସେ ୨୦୦୪ରେ ପ୍ରଥମ ଥର ପାଇଁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ସାଂସଦ ହୋଇଥିଲେ। କେନ୍ଦ୍ରର ଉପା ସରକାରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ହେଲେ ୨୦୦୯ ଏବଂ ୨୦୧୪ ମସିହାରେ କଂଗ୍ରେସ ଟିକେଟରୁ ଲଢ଼ି ବିଜେଡି ପ୍ରାର୍ଥୀ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କଠାରୁ ପରାଜୟ ସାମ୍ନା କରିଥିଲେ। ଏହାପରେ ସେ ୨୦୧୮ ଏପ୍ରିଲ ୪ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଥିଲେ।

ଏଠାରେ କହି ରଖୁ ଯେ, ଅନ୍ୟପଟେ ଚନ୍ଦ୍ରଶେଖର ସାହୁଙ୍କ ୨୦୧୯ ପ୍ରତିଦ୍ୱନ୍ଦ୍ୱୀ ବା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି । ରାଜ୍ୟ ବିଜେପି ସଭାପତିଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଭୃଗୁ ବିଜେପି ରାଜ୍ୟ ଉପସଭାପତି ଭାବେ ନିଯୁକ୍ତ ହୋଇଥିଲେ । କିନ୍ତୁ ସେ ଆଜି ବିଜେପି ସମସ୍ତ ପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି ।

 

Get real time updates directly on you device, subscribe now.