fbpx
BJD SKY
BJD SKY

କ୍ୟାନସରରେ ପୀଡିତ ବିଜେପିର ଏହି ବଡ ନେତା, ଟୁଇଟରରେ ଜନତାଙ୍କ ଉଦ୍ଦେଶ୍ୟରେ କଲେ ଏପରି ଭାବୁକ ପୋଷ୍ଟ

BJD

ପାଟନା:ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଏଥର ଲୋକସଭା ନିର୍ବାଚନରେ ପ୍ରତ୍ୟକ୍ଷ ଭାବରେ ଭାଗ ନେଇପାରିବେ ନାହିଁ । କାରଣ ସେ କ୍ୟାନସରରେ ପୀଡିତ । ବୁଧବାର ଅର୍ଥାତ୍ ଆଜି ସୁଶୀଲ କୁମାର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ବିଷୟରେ ସୂଚନା ଦେଇଛନ୍ତି ।

ସେ ଲେଖିଛନ୍ତି କି ଗତ ୬ ମାସ ଧରି ସେ ଏହି ଘାତକ ରୋଗ ସହ ସଂଘର୍ଷ କରି ଆସୁଛନ୍ତି । ଏବେ ଏ ବିଷୟରେ ଜନତାଙ୍କୁ କହିବାର ସମୟ ଆସିଛି ବୋଲି ତାଙ୍କର ଅନୁଭବ ହେବାରୁ ସେ ଏହାର ଖୁଲାସା କରିଛନ୍ତି । ଏହି କାରଣରୁ ସେ ଏଥର ଲୋକସଭା ନିର୍ବାଚନରେ କିଛି କରିପାରିବେ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସବୁକିଛି କହି ଦେଇଛନ୍ତି ବୋଲି ଲେଖିଛନ୍ତି । ଏହା ସହିତ ସେ ଲେଖିଛନ୍ତି ସେ ଶେଷ ନିିଃଶ୍ୱାସ ଥିବା ଯାଏ ବିହାର ଓ ଦଳ ପ୍ରତି ସମର୍ପିତ ରହିବେ ।

Get real time updates directly on you device, subscribe now.