fbpx

ଲେବର୍ ପେନ୍ ହେବାରୁ ସାଇକେଲ୍ ଚଲାଇ ହସ୍ପିଟାଲକୁ ଗଲେ ସାଂସଦ, ୧ ଘଣ୍ଟା ମଧ୍ୟରେ ଦେଲେ ଶିଶୁକୁ ଜନ୍ମ

ନୂଆଦିଲ୍ଲୀ: ଅନେକ ସମୟରେ ମହିଳା ମାନେ ଏପରି କିଛି କରିବସନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ବିଭିନ୍ନ ପ୍ରକାର ବିଷମ ପରିସ୍ଥିତିରେ ସେମାନେ ଏପରି କିଛି ନିଷ୍ପତ୍ତି ନେଇଥାନ୍ତି ଯାହା ପୁରୁଷ ମାନେ ଆଦୌ ଭାବିନଥିବେ । ଏହିଭଳି କିଛି ଦେଖିବାକୁ ମିଳିଛି ନ୍ୟୁଜିଲାଣ୍ଡ ଠାରେ । ଏଠାରେ କୌଣସି ଅନ୍ୟ ବ୍ୟକ୍ତି ନୁହେଁ ବରଂ ଜଣେ ମହିଳା ସାଂସଦ ଯେଉଁ ଭଳି ପରିସ୍ଥିତିରେ ଏକ ଛୁଆକୁ ଜନ୍ମ ଦେଇଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଗର୍ଭବତୀ ସାଂସଦ ଜୁଲି ଏନ୍ ଜେଣ୍ଟରଙ୍କ ରାତି ୨ଟାରେ ଲେବର୍ ପେନ୍ ଆରମ୍ଭ ହୋଇଥିଲା । ତେଣୁ ସେ ସାଇକେଲ୍ ରେ ହସ୍ପିଟାଲକୁ ବାହାରି ଆସିଥିଲେ । ଖାସ୍ କଥା ହେଉଛି ଏକ ଘଣ୍ଟା ମଧ୍ୟରେ ସେ ନିଜ ସନ୍ତାନକୁ ଜନ୍ମ ଦେଇଛନ୍ତି ।

ତେବେ ସାଂସଦ ଜୁଲି ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଫେସବୁକ୍ ରେ ସାଇକେଲ ରାଇଡ ଠାରୁ ଆରମ୍ଭ କରି ଶିଶୁକୁ ଜନ୍ମ ଦେବା ପର୍ଯ୍ୟନ୍ତ ସମସ୍ତ ଫଟୋ ସେୟାର୍ କରିଛନ୍ତି । ସେ ଲେଖିଛନ୍ତି, ସକାଳ ୩ଟା ୦୪ ମିନିଟ୍ ସମୟରେ ପରିବାରକୁ ନୂଆ ସଦସ୍ୟର ଆଗମନ ହୋଇଛି । ସେ ନିଜର ଲେବର୍ ପେନ୍ ସାଇକେଲ୍ ରେ ହେବ ବୋଲି କେବେ ଭାବିନଥିଲି , ହେଲେ ଏପରି କିଛି ହୋଇଗଲା । ହସ୍ପିଟାଲକୁ ଯିବା ପାଇଁ ୨ରୁ ୩ ମିନିଟ୍ ର ସମୟ ଲାଗେ କିନ୍ତୁ ଆମକୁ ପହଞ୍ଚିବାକୁ ୧୦ ମିନିଟ୍ ଲାଗିଥିଲା ବୋଲି ସେ କହିଛନ୍ତି ।

ତେବେ ଜୁଲିଙ୍କ ପୋଷ୍ଟରେ ୟୂଜର୍ସ ମାନେ ଢ଼େର୍ ସାରା କମେଣ୍ଟ କରିଛନ୍ତି । ଜଣେ ୟୁଜର କହିଛନ୍ତି ଯେ, ବିଶ୍ୱାସ ହେଉଛି, ମାଙ୍କୁ ସଲାମ୍ । ଅନେକ ୟୁଜର୍ ଜୁଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.