fbpx

୨ ରୁ ଓଡ଼ିଶାରେ ହେବ ବର୍ଷା; ଆଏମଡି ଡିଜିଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୩୦ରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଧୀରେ ଧୀରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ‘ଲଘୁଚାପ ପ୍ରଭାବରେ ୨ରୁ ୪ ତାରିଖ ଯାଏଁ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିବ । ସାଇକ୍ଲୋନିକ ଡିଷ୍ଟରବାନ୍ସରେ ପରିଣତ ହେବା ସଙ୍କେତ ମିଳୁଛି । ଲଘୁଚାପ ସୃଷ୍ଟି ହେବା ପରେ ପ୍ରଭାବ ଜଣାପଡିବ । ତୀବ୍ରତା ଓ ଗତିପଥ ନେଇ ଏବେଠୁ କହିହେବନି । ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିବ । ଏହି ସମୟରେ ମତ୍ସ୍ୟଜୀବୀ ସମୁଦ୍ରକୁ ଯିବା ଉଚିତ୍ ନୁହେଁ ।’

Get real time updates directly on you device, subscribe now.