fbpx

୪୧ ବର୍ଷ ବୟସରେ ବଡ଼ ସଫଳତା ହାସଲ କରିବେ ଏମଏସ. ଧୋନୀ, ପଡ଼ିଆରେ ପାଦ ଦେବା ମାତ୍ରେ ସୃଷ୍ଟି କରିବେ ଇତିହାସ

ଅହମଦାବାଦ: ଦିର୍ଘ ଦୁଇ ମାସର ଲିଗ୍ ପର୍ଯ୍ୟାୟ ଲଢେଇ ପରେ ରବିବାର ସନ୍ଧ୍ୟାରେ ମୁହାଁମୁହିଁ ହେବେ ଦୁଇ ଫାଇନାଲିଷ୍ଟ୍ ଗୁଜରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍। ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ସମସ୍ତଙ୍କ ନଜର ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ. ଧୋନିଙ୍କ ଉପରେ ରହିବ। ଏହା ମଧ୍ୟ ତାଙ୍କର ଶେଷ ଆଇପିଏଲ୍ ମ୍ୟାଚ୍ ହୋଇପାରେ। ତେବେ ଧୋନି ଏହି ମ୍ୟାଚରେ ପଡ଼ିଆରେ ପାଦ ଦେବା ମାତ୍ରେ ଇତିହାସ ସୃଷ୍ଟି କରିବେ।

ଧୋନି ଆଇପିଏଲ୍ ୨୦୨୩ ର ଅନ୍ତିମ ମ୍ୟାଚ୍ ରେ ପଡ଼ିଆରେ ପସିବା ମାତ୍ରେ ଇତିହାସ ରଚିବେ। ଆଇପିଏଲ ଇତିହାସରେ ପ୍ରଥମ ଖେଳାଳି ଭାବେ ଧୋନୀ ୨୫୦ ମ୍ୟାଚ୍ ଖେଳିବାର ରେକର୍ଡ କରିବେ। ଧୋନି ଏପର୍ଯ୍ୟନ୍ତ ଆଇପିଏଲରେ ୨୪୯ ମ୍ୟାଚ୍ ଖେଳିଛନ୍ତି। ଆଇପିଏଲ୍ ୨୦୨୩ ର ଫାଇନାଲ୍ ତାଙ୍କର ୨୫୦ ତମ ମ୍ୟାଚ୍ ହେବ।

ଧୋନି ଏପର୍ଯ୍ୟନ୍ତ ୨୪୯ ମ୍ୟାଚ୍ ଖେଳି ଆଇପିଏଲରେ ୫୦୮୨ ରନ୍ ସ୍କୋର କରିଛନ୍ତି। ଏହି ସମୟ ମଧ୍ୟରେ ୨୪ ଅର୍ଦ୍ଧଶତକୀୟ ଇନିଂସ ମଧ୍ୟ ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି । ଧୋନି ତାଙ୍କ ଦଳ ପାଇଁ ଶେଷ ଓଭରରେ ଆସି ଦ୍ରୁତ ରନ୍ ସ୍କୋର କରି ଅନେକ ବିଜୟ ହାସଲ କରିଛନ୍ତି। ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗସ୍ ୪ ଥର ଟାଇଟଲ ଜିତିଛି। ଯଦି ସେ ଦଳକୁ ଆଉ ଗୋଟିଏ ମ୍ୟାଚ୍ ଜିତନ୍ତି, ତେବେ ସେ ପାଞ୍ଚଟି ଟାଇଟଲ୍ ବିଜୟୀ ହୋଇଥିବା ଦ୍ୱିତୀୟ ଅଧିନାୟକ ହେବେ। ଏହି ତାଲିକାରେ ରୋହିତ ଶର୍ମା ଶୀର୍ଷରେ ଅଛନ୍ତି। ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚ ଥର ଟାଇଟଲ ଜିତିଛି।

Get real time updates directly on you device, subscribe now.