ଭାରତୀୟ ନୌସେନାରେ ୧୩୬୫ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି, ଜାଣନ୍ତୁ କେବେଠୁ ଆରମ୍ଭ ଆବେଦନ

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ଅଗ୍ନିବୀର ମାଧ୍ୟମରେ ନୌସେନାରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀମାନେ ଭାରତୀୟ ନୌସେନାର ଅଫିସିଆଲ ୱେବସାଇଟ ଯାଇ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ମେ ୨୯ ରୁ ଆରମ୍ଭ ହେବ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୩୬୫ ଟି ପଦବୀରେ ନିଯୁକ୍ତି ହେବ। ଏଥିପାଇଁ ରେଜିଷ୍ଟ୍ରେସନ୍ ମାଧ୍ୟମରେ କରାଯାଉଛି। ଆବେଦନ କରିବାର ଶେଷ ତାରିଖ ହେଉଛି ୧୫ ଜୁନ୍ ୨୦୨୩ । ତେବେ ପରୀକ୍ଷାର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

କେଉଁମାନେ କରିପାରିବେ ଆବେଦନ ?

ଭାରତୀୟ ନୌସେନା ଅଗ୍ନିବୀର ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଗଣିତ ଏବଂ ପଦାର୍ଥ ବିଜ୍ଞାନ ସହିତ ୧୦ ଏବଂ + ୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ପ୍ରାର୍ଥୀମାନେ ଦ୍ୱାଦଶରେ ଅନ୍ତତ ପକ୍ଷେ ଗୋଟିଏ ବିଷୟ ରସାୟନ ବିଜ୍ଞାନ କିମ୍ବା ଜୀବ ବିଜ୍ଞାନ କିମ୍ବା କମ୍ପ୍ୟୁଟର ସାଇନ୍ସ ଥିବା ଆବଶ୍ୟକ। କେବଳ ଅବିବାହିତ ଭାରତୀୟ ପୁରୁଷ ଓ ମହିଳା ପ୍ରାର୍ଥୀମାନେ ନାମ ପଞ୍ଜିକରଣ ପାଇଁ ଯୋଗ୍ୟ ଅଟନ୍ତି। ପ୍ରାର୍ଥୀମାନେ ପରୀକ୍ଷା ସମୟରେ ‘ଅବିବାହିତ’ ହେବାର ପ୍ରମାଣପତ୍ର ଦାଖଲ କରିବାକୁ ପଡିବ।

କିପରି ହେବ ଚୟନ ?

ଏହି ପଦବୀ ପାଇଁ ଚୟନ ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ହେବ। ଏଥିରେ, ପ୍ରଥମେ କମ୍ପ୍ୟୁଟର ଆଧାରିତ ଅନଲାଇନ୍ ପରୀକ୍ଷା ଅର୍ଥାତ୍ ଲିଖିତ ପରୀକ୍ଷା ଏବଂ ତା’ପରେ ଡାକ୍ତରୀ ପରୀକ୍ଷା ଦେବାକୁ ପଡିବ। ଲିଖିତ ପରୀକ୍ଷାରେ ପ୍ରଶ୍ନପତ୍ର କମ୍ପ୍ୟୁଟର ଆଧାରିତ ହେବ, ଯେଉଁଥିରେ ସମୁଦାୟ ୧୦୦ ପ୍ରଶ୍ନ ରହିବ, ପ୍ରତ୍ୟେକ ପ୍ରଶ୍ନ ୧ ମାର୍କର ହେବ।

 

 

Get real time updates directly on you device, subscribe now.