fbpx

Income Tax : ଟିକସଦାତା ସତର୍କ ରହୁନ୍ତୁ ! ଏସବୁ ଉପରେ ମଧ୍ୟ ଆୟକର ବିଭାଗର ନଜର.. ହୋଇପାରେ ଚଢଉ

ନୂଆଦିଲ୍ଲୀ : ଆୟକର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଅନେକ ଥର ଏମିତି ମଧ୍ୟ ଦେଖାଯାଏ ଯେ ଲୋକମାନେ ଆୟକର ବିଭାଗରୁ ନୋଟିସ୍ ମିଳିଥାଏ । ବର୍ତ୍ତମାନ ଆୟକର ବିଭାଗ ‘ଅନୁସନ୍ଧାନ’ ଅଧୀନରେ ନିଆଯିବାକୁ ଥିବା ମାମଲାଗୁଡ଼ିକ ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ଜାରି କରିଛି। ଏହା ଅଧୀନରେ ଯେଉଁ ଆୟକରଦାତାମାନେ ବିଭାଗ ପକ୍ଷରୁ ପଠାଯାଇଥିବା ବିଜ୍ଞପ୍ତିର କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି, ବାଧ୍ୟତାମୂଳକ ଭାବେ ସେମାନଙ୍କ ଉପରେ ଚଢଉ କରାଯିବ ।

ଏହି ନିର୍ଦ୍ଦେଶବଳୀରେ କୁହାଯାଇଛି ଯେ ଆଇନର ଧାରା ୧୪୨ (୧) ଅନୁଯାୟୀ ବିଜ୍ଞପ୍ତିର ଉତ୍ତରରେ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ, ସେହି କେଶ୍ କୁ ନ୍ୟାସନାଲ ଫେସଲେସ ଆସେସମେଣ୍ଟ ସେଣ୍ଟର କୁ ପଠାଯିବ, ଯିଏ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।  ଧାରା ୧୪୨ (୧)ରେ  ସେମାନଙ୍କୁ ସ୍ପଷ୍ଟୀକରଣ ରଖିବାକୁ କୁହାଯାଏ । ଉତ୍ତର ଦାଖଲ କରନ୍ତି ନାହିଁ , ସେମାନଙ୍କୁ ନିର୍ଦ୍ଧିଷ୍ଟ ଭାବେ ଆବଶ୍ୟକ ସୂଚନା ପ୍ରଦାନ କରିବାକୁ ଏହି ବିଜ୍ଞପ୍ତିରେ କୁହାଯାଏ । ଯେଉଁମାନେ ଆୟକର ରିଟର୍ଣ୍ଣ ଫାଇଲ୍ କରନ୍ତି ବା ରିଟର୍ଣ୍ଣ ପାଇଁ ଦାବି କରନ୍ତି ସେମାନଙ୍କୁ ମଧ୍ୟ ଏହି ନିୟମାବଳୀ ଜାରି କରାଯାଇଛି ।

 

Get real time updates directly on you device, subscribe now.