fbpx
BJD SKY
BJD SKY

MS Dhoni ବାଛିବେ ନିଜ ଉତ୍ତରାଧିକାରୀ: କିଏ ପାଇବେ ଚେନ୍ନାଇର ପରବର୍ତ୍ତୀ ଅଧିନାୟକ ପଦ

BJD

ଓଡ଼ିଶା ଭାସ୍କର: ଚଳିତବର୍ଷ ଶେଷ ଥର ପାଇଁ ଆଇପିଏଲ ଖେଳିବାକୁ ଆସୁଛନ୍ତି ମହେନ୍ଦ୍ର ସିଂହ ଧୋନୀ! ଏ ନେଇ ଏବେ ସମଗ୍ର କ୍ରିକେଟ ଜଗତରେ ଏକ ବଡ଼ ପ୍ରଶ୍ନ ଉଠିଛି । ବତ୍ତମାନ ଏହି ପ୍ରଶ୍ନକୁ ଆହୁରି ମଜବୁତ କରିଛି ଚେନ୍ନାଇ ସୁପର କିଙ୍ଗସର ଅନୁସନ୍ଧାନ । ଆଇପିଏଲର ଚମ୍ପିଆନ୍ ଟିମ ଚେନ୍ନାଇ ସୁପର କିଙ୍ଗସ ଏବେ ନୂଆ ଅଧିନାୟକ ଏବଂ ଉପ-ଅଧିନାୟକଙ୍କ ସନ୍ଧାନରେ ରହିଛି । ଅର୍ଥାତ୍ ଧୋନୀଙ୍କ ବିକଳ୍ପର ସନ୍ଧାନ କରୁଛି ସିଏସକେ । ଏହି ଦାୟିତ୍ୱ ମଧ୍ୟ କ୍ୟାପଟେନ୍ କୁଲ ମାହିଙ୍କ କାନ୍ଧରେ ହିଁ ରହିଛି । ଚେନ୍ନାଇରୁ ବିଦାୟ ନେବା ପୂର୍ବରୁ ଦଳକୁ ଅଧିନାୟକ ଏବଂ ଉପ-ଅଧିନାୟକ ବାଛି ଦେବା ପାଇଁ ପ୍ରତିଶ୍ରତି ଦେଇଛନ୍ତି ଧୋନୀ ।

ଆଇପିଏଲର ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜି ଚେନ୍ନାଇର ସିଇଓ କାଶୀ ବିଶ୍ୱନାଥନ କହିଛନ୍ତି ଯେ, ଏମ.ଏସ ଧୋନୀ ଏବଂ ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ ଚେନ୍ନାଇ ସୁପର କିଙ୍ଗସର ପରବର୍ତ୍ତୀ ଅଧିନାୟକ ଏବଂ ଉପ-ଅଧିନାୟକ ଚୟନ କରିବେ । ଅର୍ଥାତ୍ ଧୋନୀଙ୍କ ପରେ ତାଙ୍କ ଉତ୍ତରାଧିକାରୀ କିଏ ହେବେ, ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସର୍ବାଧିକ ୫ ଥର ଚମ୍ପିଆନ୍ ହୋଇଥିବା ବେଳେ ଇଭେଣ୍ଟର ସବୁଠାରୁ ସଫଳ ଦଳ ପାଲଟିଛି । କିନ୍ତୁ ଏବେ କୁହାଯାଉଛି ଯେ, ଧୋନୀ ବର୍ତ୍ତମାନ ନିଜ କ୍ୟାରିୟରର ଶେଷ ପର୍ଯ୍ୟାୟରେ ରହିଛନ୍ତି । ଚଳିତର୍ବେର ଆଇପିଏଲ ଧୋନୀଙ୍କ ଶେଷ ଆଇପିଏଲ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

କାଶୀ ବିଶ୍ୱନାଥନ୍ କହିଛନ୍ତି ଯେ, ଆମର ଆଲୋଚନା ହୋଇଛି, କିନ୍ତୁ ଶ୍ରୀନିବାସନ୍ ଏହାକୁ ସ୍ପଷ୍ଟ କରି ଦେଇଛନ୍ତି । ବର୍ତ୍ତମାନ ଅଧିନାୟକ ଏବଂ ଉପ-ଅଧିନାୟକ ବିଷୟରେ ଆଲୋଚନା କରନ୍ତୁ ନାହିଁ । ଏ ସମ୍ପର୍କରେ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ ଏବଂ ଅଧିନାୟକ ଏମ.ଏସ ଦୋନୀଙ୍କୁ ନିଷ୍ପତ୍ତି ନେବାକୁ ଦିଆଯାଉ । ସେମାନେ ନିର୍ଣ୍ଣୟ ନେବା ପରେ ମୋତେ ଜଣାଇବେ ଏବଂ ପରେ ସାରା ଦୁନିଆ ଏହା ଜାଣିବ ବୋଲି ସେ ପ୍ରକାଶ କରିଛନ୍ତି ।

ତେବେ ବର୍ତ୍ତମାନ ଚେନ୍ନାଇ ସ୍କ୍ୱାଡରେ ଅଧିନାୟକ ଦୌଡ଼ରେ ସବୁଠୁ ଆଗରେ ରହିଛନ୍ତି ଷ୍ଟାର ବ୍ୟାଟର ଋତୁରାଜ ଗାଏକ୍ୱାଡ । ଧୋନୀଙ୍କ ପରେ ତାଙ୍କୁ ହିଁ ଦଳର ଅଧିନାୟକ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏହାବ୍ୟତୀତ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଏହି ଦୌଡ଼ରେ ରହିଛନ୍ତି । ତେବେ ଚଳିତବର୍ଷ ମାହି ପୁଣିଥରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଭାବରେ ମଇଦାନକୁ ଫେରୁଛନ୍ତି । ପୁଣିଥରେ ଭିଣ୍ଟେଜ ଲୁକରେ ଆଇପିଏଲକୁ କମବ୍ୟାକ କରୁଛନ୍ତି ଏମ.ଏସ ଧୋନୀ ।

Get real time updates directly on you device, subscribe now.