fbpx

ବିଜେପିରେ ସାମିଲ ହେବେ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ପତ୍ନୀ ପ୍ରିନୀତ କୌର, ଏହି ଆସନରୁ ଲଢ଼ିବେ ନିର୍ବାଚନ

ଚଣ୍ଡିଗଡ଼: ଖୁବ ଶୀଘ୍ର ବିଜେପିରେ ଯୋଗ ଦେବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା କ୍ୟାପଟେନ୍ ଅମରିନ୍ଦର ସିିଂହଙ୍କ ପତ୍ନୀ ତଥା କଂଗ୍ରେସ ସାଂସଦ ପ୍ରିନୀତ କୌର(Preneet Kaur) । ଏନେଇ ତାଙ୍କ ଝିଅ ଜୟ ଇନ୍ଦର କୌର ସୂଚନା ଦେଇଛନ୍ତି ।
ପଞ୍ଜାବର ପଟିଆଲା ଲୋକସଭା ଆସନରେ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ପରିବାରର ଦୀର୍ଘ ସମୟ ଧରି ରହି ଆସିଛନ୍ତି । ପ୍ରିନୀତ କୌର ପଟିଆଲା ଆସନରୁ ୪ଥର ଲୋକସଭା ଆସନ ଜିତିଛନ୍ତି । ଲୋକସଭା ନିର୍ବାଚନ ୨୦୨୪ରେ ମଧ୍ୟ ସେ ପଟିଆଲା ଆସନରୁ ନିର୍ବାଚନ ଲଢ଼ିବେ । କହିରଖୁଛୁ ୨୦୨୩ ଫେବୃଆରୀ ୩ରେ କଂଗ୍ରେସ ପ୍ରିନୀତ କୌରଙ୍କୁ ଦଳରୁ ନିଲମ୍ବିତ କରିଥିଲା । ତେବେ ଲୋକସଭା ସଦସ୍ୟତା ହରାଇବାକୁ ଚାହୁଁନଥିବା ପ୍ରିନୀତ ଦଳରୁ ଇସ୍ତଫା ଦେଇନଥିଲେ ।

Get real time updates directly on you device, subscribe now.