fbpx

IPLରୁ ମାହିଙ୍କ ବାଏ ବାଏ! CSK ତରଫରୁ ଆସିଲା ବଡ଼ ଅପଡେଟ୍

Advertisement

ନୂଆଦିଲ୍ଲୀ: ଭାରତର ବିଶ୍ୱବିଜୟୀ ଅଧିନାୟକ ତଥା ମିଷ୍ଟର କୁଲ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ନିକଟରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ର ୧୬ତମ ସିଜିନର ଶୁଡ୍ୟୁଲ ଜାରି ହୋଇସାରିଛି । ଏହି ସିଜିନର ପ୍ରଥମ ମ୍ୟାଚ ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ଗୁଜରାଣ୍ଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ମଧ୍ୟରେ ଖେଳାଯିବ । ଏହା ମଧ୍ୟରେ ସିଏସକେ ତରଫରୁ ମାହିଙ୍କୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି ।

କ୍ରିକେଟ ଇତିହାସରେ ଧୋନୀ ଜଣେ ସଫଳ ଅଧିନାୟକ ତଥା ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ଜଣାଶୁଣା । ତାଙ୍କର ସୁଚତୁର, ଧୀରସ୍ଥିର ନିଷ୍ପତ୍ତି ପାଇଁ ଅନେକ ସମୟରେ ଟିମ୍ ଇଣ୍ଡିଆ ଜଟିଳ ପରିସ୍ଥିତିରୁ ମୁକୁଳି ପାରିଛି । ନିଶ୍ଚିତ ପରାଜୟ ମ୍ୟାଚର କାୟା ପଲଟାଇବାରେ ମିଷ୍ଟର କୁଲ ଓସ୍ତାଦ । ପୂର୍ବରୁ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅଲବିଦା କହିସାରିଥିଲେ, ମାତ୍ର ଆଇପିଏଲ ଖେଳ ଜାରି ରଖିଥିଲେ । ତେବେ ଏପରି ଲାଗୁଛି ଚଳିତ ଆଇପିଏଲ ସିଜିନରେ ସେ ସନ୍ୟାସ ନେଇଯିବେ ।

ସୂଚନା ମୁତାବକ, ଧୋନୀଙ୍କ ସନ୍ୟାସ ବାବଦରେ ଅପଡେଟ୍ ଦେଇଛନ୍ତି ସିଏସକେର ଜଣେ ଅଧିକାରୀ । ୱେବସାଇଟ୍ ଇନସାଇଡ ସ୍ପୋର୍ଟ୍ସ ପକ୍ଷରୁ କୁହାଯାଇଛି ଚଳିତ ସିଜିନ ଧୋନୀଙ୍କର ଅନ୍ତିମ ସିଜିନ ହେବ । ବର୍ତ୍ତମାନ ସୁଦ୍ଧା ଏ ବାବଦରେ କୌଣସି ସୂଚନା ମିଳିନାହିଁ । ଏହା ତାଙ୍କର ବ୍ୟକ୍ତିଗତ ମାମଲା । ସେ ସନ୍ୟାସ ନେବେ ବୋଲି ଅଫିସିଆଲ ଭାବେ ଟିମ୍ ମ୍ୟାନେଜମେଣ୍ଟକୁ କହିଛନ୍ତି । ତେବେ ଧୋନୀ ଆଇପିଏଲରୁ ସନ୍ୟାସ ନେବା ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ନିରାଶାଜନକ ଖବର । ୪୧ ବର୍ଷୀୟ ଧୋନୀ ଗତ ସିଜିନରେ ଅଧିନାୟକ ଭାର ରବିନ୍ଦ୍ର ଜାଡ଼େଜାଙ୍କୁ ପ୍ରଦାନ କରିଥିଲେ । ମାତ୍ର ଟିମକୁ ସଫଳତା ନ ମିଳିବାରୁ ଏହାପରେ ପୁଣି ଜାଡ଼େଜା ଧୋନୀଙ୍କୁ ଅଧିନାୟକ ପଦ ଦେଇଥିଲେ ।

Get real time updates directly on you device, subscribe now.