fbpx

ଏମଏସ ଧୋନୀ, ଯୁବରାଜ ସିଂହ ଏବଂ ମୀଥାଲୀ ରାଜଙ୍କୁ ମିଳିଲା ବଡ଼ ସମ୍ମାନ: ଆଜୀବନ ସଦସ୍ୟତା ଦେଲା MCC

ନୁଆଦିଲ୍ଲୀ: ମେଲବର୍ଣ୍ଣ କ୍ରିକେଟ୍ କ୍ଲବ୍‌(ଏମସିସି) ଭାରତର ପାଞ୍ଚ ଖେଳାଳିଙ୍କୁ ନିଜ କ୍ଲବରେ ଆଜୀବନ ସଦସ୍ୟତା ସମ୍ମାନ ପ୍ରଦାନ କରିଛି । ଏମସିସି ବିଶ୍ୱକପ ବିଜେତା ଅଧିନାୟକ ଏମଏସ୍ ଧୋନୀଙ୍କୁ ମଧ୍ୟ ଆଜୀବନ ସଦସ୍ୟତା ପ୍ରଦାନ କରିଛି । କ୍ଲବ୍ ଭାରତର ଯୁବରାଜ ସିହଂ, ସୁରେଶ ରୈନାଙ୍କ ସମେତ ଅନ୍ୟ ୧୯ ଜଣ ପୁରୁଷ ଏବଂ ମହିଳା ଖେଳାଳିଙ୍କୁ ସମ୍ମାନିତ କରିଛି । ଦୁହେଁ ଧୋନୀଙ୍କ ସହିତ ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ଥିଲେ ।

ଏହି ତାଲିକାରେ ପୁର୍ବତ୍ତନ ଭାରତୀୟ ମହିଳା ଦଳର ଅଧିନାୟକ ମିଥାଲି ରାଜ ଏବଂ ମହିଳା ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ଉଇକେଟ୍ ନେଇଥିବା ଝୁଲଣ ଗୌସ୍ୱାମୀ ମଧ୍ୟ ସାମିଲ ଅଛନ୍ତି । ପ୍ରକାଶ ପାଇଥିବା ଏହି ତାଲିକାରେ ଭାରତ ଏବଂ ଇଂଲଣ୍ଡର ପାଞ୍ଚଜଣ ଲେଖାଏଁ ଖେଳାଳିଙ୍କୁ ସ୍ଥାନ ମିଳିଛି ।

ଏମସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ସଚିବ ଗାଇ ଲାଭେଣ୍ଡର କହିଛନ୍ତି: “ଆମେ ଏମସିସିର ମାନ୍ୟବର ଜୀବନ ସଦସ୍ୟଙ୍କ ସର୍ବଶେଷ ଗୋଷ୍ଠୀ ଘୋଷଣା କରି ଆମେ ଅତ୍ୟନ୍ତ ଆନନ୍ଦିତ। ଆଜି ଘୋଷିତ ନାମଗୁଡିକ ଆଧୁନିକ ଯୁଗର କେତେକ ମହାନ ଅନ୍ତର୍ଜାତୀୟ ଖେଳାଳି ସାମିଲ ଅଛନ୍ତି।

ଏହି ତାଲିକାରେ ସାମିଲ କେତେକ ଖେଳାଳୀଙ୍କର ଉଲ୍ଲେଖନୀୟ ଆନ୍ତର୍ଜାତୀୟ କ୍ୟାରିୟରର ମାନ୍ୟତା ପାଇଁ ସେମାନଙ୍କୁ ଆଜୀବନ ସଦସ୍ୟତା ପ୍ରଦାନ କରିଛୁ। ସେହିପରି ଅନ୍ୟ କିଛି ଖେଳାଳି ଏହି ତାଲିକାରେ ସାମିଲ ଅଛନ୍ତି, ଯେଉଁମନେ MCC କିମ୍ବା ସାଧାରଣତ କ୍ରୀଡା କ୍ଷେତ୍ରରେ ଅସାଧାରଣ ଅବଦାନ ରଖିଛନ୍ତି।

ଏହି ସମ୍ମାନ ପାଇଁ ଜଣେ ଖେଳାଳି ଥରେ MCC କମିଟି ଦ୍ୱାରା ଅନୁମୋଦନ ହେବା ପରେ, ଗ୍ରହଣ କରିବାକୁ ତାଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଏ। ପ୍ରତିବର୍ଷ କୌଣସି ନିର୍ଦ୍ଧିଷ୍ଟ ନମ୍ବର ନାହିଁ। ତେବେ ଏହି ସମ୍ମାନ ପାଇଥିବା ଖେଳାଳିମାନେ ଯେକୌଣସି ସମୟରେ ସମ୍ମାନ ଗ୍ରହଣ କରିପାରନ୍ତି।

Get real time updates directly on you device, subscribe now.