fbpx
BSKY
BJD SHG SKY
BJD YOUTH SKY

କଲମ୍ବିଆରୁ ମିଳିଲା ‘ମ୍ୟୁ’ ଭାରିଆଣ୍ଟ୍, ଡେଲଟା ଠାରୁ ବି ଅଧିକ ସଂକ୍ରାମକ: ହୁ’

ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରକୋପ ଦେଢ଼ ବର୍ଷ ହେଲା ଲୋକଙ୍କୁ ହନ୍ତସନ୍ତ କରିସାରିଲାଣି । ଏହାର ବୃଦ୍ଧିପାଉଥିବା ପ୍ରଭାବକୁ ଦୃଷ୍ଟିରେ ରଖି ଟିକାକରଣ ପ୍ରକିୟାକୁ ଜୋରଦାର୍ କରାଯାଇଛି । ଏହାପରେ ବି ଏହି ଭୁତାଣୁର ନୂଆ ନୂଆ ଭାରିଆଣ୍ଟ ସାମନାକୁ ଆସୁଛି । ଡେଲଟା ଭାରିଆଣ୍ଟ ପରେ ଏବେ ଆଉ ଏକ ନୂତନ ଭାରିଆଣ୍ଟ ଦେଖିବାକୁ ମିଳିଛି । ତାହା ହେଉଛି ‘ମ୍ୟୁ’ । ପ୍ୟତମ ଥର ଏହା ସମ୍ପର୍କରେ ଜାନୁଆରୀରେ ଜଣାପଡ଼ିଥିଲା । ଏହି ଭାରିଆଣ୍ଟ ସହିତ ଜଡ଼ିତ ପ୍ରାୟ ୪ ହଜାର ମାମଲା ବିଶ୍ୱର ୪୦ରୁ ଅଧିକ ଦେଶରୁ ଆସିଛି ।

ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ପ୪ରୁ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଚନ୍ତି । ସେମାନଙ୍କ କହିବା ଅନୁସାରେ, ଏହା ଡେଲଟା ଭାରିଆଣ୍ଟ ଠାରୁ ବି ଅଧିକ ସଂକ୍ରାମକ । ଏହା ଟିକାକୁ ବି ମାତ୍ ଦେଇପାରେ । ତେଣୁ ଏହା ଉପରେ ରିସର୍ଚ୍ଚ କରିବା ନିହାତି ଜରୁରୀ । ହୁ’ ଅନୁଯାୟୀ ମ୍ୟୁ ଭାରିଆଣ୍ଟ ପ୍ରଥମେ ଅର୍ଥାତ୍ ଜାନୁଆର ମାସରେ କଲମ୍ବିଆରୁ ଚିହ୍ନଟ ହୋଇଥିଲା । ଆଉ ଦେଖୁ ଦେଖୁ ଏହା ଦକ୍ଷିଣ ୟୁରୋପ ଏବଂ କିଛି ଅନ୍ୟ ଦେଶରେ ବି ବ୍ୟାପିଗଲା ।

Get real time updates directly on you device, subscribe now.