fbpx

ଆସନ୍ତାକାଲି ତାଲିବାନ ଘୋଷଣା କରିବ ନୂତନ ସରକାର, ଜାଣନ୍ତୁ କିଏ ହେବ ସୁପ୍ରିମ୍ ଲିଡର୍

କାବୁଲ: ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ଶୁକ୍ରବାର ଦିନ ନିଜର ନୂତନ ସରକାରର ଘୋଷଣା କରିବ ତାଲିବାନ । ଶୁକ୍ରବାର ଦିନ ନମାଜ ପରେ ନୂଆ ସରକାରର ଘୋଷଣା କରିବା ତାଲିବାନ । ଅଗଷ୍ଟ ୧୫ ତାରିଖରେ ରାଜଧାନୀ କାବୁଲ ଉପରେ କବଜା କରିଥିଲେ ତାଲିବାନି । ତେବେ ବର୍ତ୍ତମାନ ପାଇଁ ଆଫଗାନିସ୍ତାନ ଉପରେ ସମ୍ପୂର୍ଣ୍ଣ ଭାବରେ ତାଲିବାନି ମାନଙ୍କ ରାଜ୍ ଚାଲିଛି । ଆମେରିକା ସୋମବାର ନିଜର ସେନାକୁ ପ୍ରତ୍ୟାହାର କରି ନେଇଛନ୍ତି ।

ଆମେରିକା ସେନା ପ୍ରତ୍ୟାହାର ପରେ ତାଲିବାନି ମାନେ ଆକାଶକୁ ଫାଙ୍କା ଗୁଳି ଚାଳନା କରି ଖୁସି ମନାଇଥିଲେ । ଦେଶରେ ଗୋଟେ ପଯେ ଆର୍ଥିକ ସଙ୍କଟ ଦେଖା ଦେଇଥିବା ଅନ୍ୟପଟେ ନୁତନ ସରକାର ତିଆରି କରିବା ପାଇଁ ଯାଉଥିବାରୁ ଖୁସି ମନାଇଛନ୍ତି ତାଲିବାନି । ଏବେ ଖାଲି ଦେଖିବା ବାକି ରହିଲା ଯେ କିପରି ତାଲିବାନି ମାନେ ନିଜର ପ୍ରଥମ ପଦକ୍ଷେପ ଗ୍ରହଣ କରୁଚନ୍ତି ।

ଆଫଗାନିସ୍ତାନର ମିଡିଆ ରିପୋର୍ଟ ଅନୁସାରେ, ତାଲିବାନି ନେତା ହିବତୁଲ୍ଲାହ ଅଖୁନ୍ଦଜାଦା ସରକାରର ସୁପ୍ରିମ୍ ହେବେ । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ତାଙ୍କ ଆଦେଶ ଅନୁସାରେ କାର୍ଯ୍ୟ କରିବେ । ତାଳିବାନିର ସାଂସ୍କୃତିକ ଆୟୋଗର ସଦସ୍ୟ ଅନମୁଲ୍ଲା ସାମଙ୍ଗାନି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, “ନୂତନ ସରକାର ଉପରେ ବିଚାର ବିମର୍ଶ ପ୍ରକ୍ରିୟା ଶେଷ ହୋଇଛି ଏବଂ କ୍ୟାବିନେଟ ସମ୍ବନ୍ଧରେ ଆବଶ୍ୟକ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଆମେ ଯେଉଁ ଇସଲାମିକ୍ ସରକାରର ଘୋଷଣା କରିବାକୁ ଯାଉଛୁ ତାହା ଲୋକମାନଙ୍କ ପାଇଁ ଉଦାହରଣ ହେବ । ଅଖୁନ୍ଦଜାଦାଙ୍କ ନେତୃତ୍ୱରେ ସରକାର ତିଆରି ହେବାକୁ ନେଇ କୌଣସି ସନ୍ଦେହ ନାହିଁ । ସେ ସରକାରଙ୍କ ମୁଖିଆ ହେବେ ଏଥିରେ କିଏ ବି ପ୍ରଶ୍ନ କରିପାରିବେ ନାହିଁ” ।

Get real time updates directly on you device, subscribe now.