fbpx

ମୃତ୍ୟୁର ଗୋଟିଏ ରାତି ପୂର୍ବରୁ ସିଦ୍ଧାର୍ଥଙ୍କ ସହିତ କଣ ହୋଇଥିଲା? କଣ ରହିଥିଲା ମୃତ୍ୟୁ ପଛର ରହସ୍ୟ?

ନୂଆଦିଲ୍ଲୀ: ବିଗ୍ ବସ୍ ବିଜେତା ତଥା ଅଭିନେତା ସେପ୍ଟେମ୍ବର ୨ ତାରିଖରେ ହୃଦଘାତ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଜି ସକାଳୁ ପରିବାର ଲୋକେ ତାଙ୍କୁ ମୁମ୍ବାଇସ୍ଥିତ କୁପର୍ ହସ୍ପିଟାଲକୁ ନେଇଥିଲେ । ଏହାପରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । କୁହାଯାଉଛି ଯେ, ପୂର୍ବଦିନ ରାତିରେ ଶୋଇବା ପୂର୍ବରୁ ସେ କିଛି ମେଡିସିନ୍ ନେଇଥିଲେ ଏବଂ ସକାଳେ ଆଉ ଉଠିନଥିଲେ । ତେବେ ଗୋଟିଏ ଗୋଟିଏ ରାତି ଆଗରୁ ତାଙ୍କ ସହିତ କଣ ହୋଇଥିଲା?

ପୋଲିସ୍ ର କହିବା ମୁତାବକ, ସକାଳ ପ୍ରାୟ ୩ଟାରୁ ୩ଟା ୩୦ ମଧ୍ୟରେ ସିଦ୍ଧାର୍ଥ ଶୁକ୍ଲା ଉଠିଥିଲେ ଓ ବହୁତ୍ ଅସୁସ୍ଥ ଅନୁଭବ କରିଥିଲେ । ସେ ତାଙ୍କ ମାଆଙ୍କୁ ଛାତିରେ ଯନ୍ତ୍ରଣା ହେବା କଥା କହିଥିଲେ । ଏହାପରେ ତାଙ୍କ ମାଆ ତାଙ୍କୁ ପାଣି ପିଇବାକୁ କହିଥିଲେ ଏବଂ ଶୁଆଇ ଦେଇଥିଲେ । ଆଉ ସକାଳ ପାହିଲା ବେଳକୁ ସିଦ୍ଧାର୍ଥ ଆଉ ଉଠିନଥିଲେ । ମାଆ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ହେଲେ ଅନେକ ଡାକିବା ପରେ ବି ସେ ଉଠିନଥିଲେ କି କୌଣସି ଜବାବ ଦେଇନଥିଲେ । ଏହାପରେ ତାଙ୍କୁ ହସ୍ପିଟାଲକୁ ନେଇଥିଲେ ପରିବାର ଲୋକେ ।

ଏହାପରେ ସକାଳ ୯ଟା ୪୦ ରେ ତାଙ୍କୁ କୁପର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହି ସମୟରେ ତାଙ୍କ ଭଉଣୀ, ସଳା, ସମ୍ପର୍କିୟ ଭାଇ ଏବଂ ତିନିଜଣ ସାଙ୍ଗ ହସ୍ପିଟାଲରେ ଥିଲେ । ଏହାପରେ ୧୦ଟା ୧୫ ସମୟରେ ମୃତ ବୋଲି ଘୋଷଣା କରାଯାଇଥିଲା । ସିଦ୍ଧାର୍ଥଙ୍କ ମୃତ ଦେହକୁ ତିନିଥର କାଜୁଆଲିଟି ୱାର୍ଡରେ ଯାଞ୍ଚ କରାଯାଇଥିଲା । ତାଙ୍କ ଶରୀରରେ କୌଶସି ପ୍ରକାରର କ୍ଷତ କି ମାଡ଼ ହୋଇନଥିଲା ।

ସୂଚନା ଯୋଗ୍ୟ, ୪୦ ବର୍ଷ ବୟସରେ ସିଦ୍ଧାର୍ଥ ଶୁକ୍ଲା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିଲା ଯାଞ୍ଚରୁ ଜଣାପଡ଼ିଛି । ତେବେ ତାଙ୍କ ବିୟୋଗରେ ବଲିଉଡ୍ ରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଫ୍ୟାନ୍ସ ମାନେ ଏହି ଘଟଣାକୁ ଏପର୍ଯ୍ୟନ୍ତ ଗ୍ରହଣ କରିପାରିନାହାନ୍ତି ।

Get real time updates directly on you device, subscribe now.