fbpx

ବାରୁଦରେ ଭର୍ତ୍ତି କଲେ ଷ୍ଟାଡିୟମ୍, ଶେଷଯାଏଁ ତାଲିବାନିଙ୍କ ସହିତ ଲଢ଼ିବା ମୁଡରେ ପଞ୍ଜଶୀର୍,; ସାମନାକୁ ଆସିଲା ଭିଡିଓ

କାବୁଲ: ଆଫଗାନିସ୍ତାନରେ କେବଳ ପଞ୍ଜଶୀରକୁ ଛାଡ଼ି ବାକି ସବୁ ସ୍ଥାନ ଏବେ ତାଲିବାନିଙ୍କ କବଜାରେ ରହିଛି । ତେଣୁ ଏବେ ତାଲିବାନି ମାନେ କଳେବଳେ କୌଶଳରେ ପଞ୍ଜଶୀର ଉପରେ କବଜା କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ପଞ୍ଜଶୀରରେ ନର୍ଦନ ଆଲାଏନ୍ସ ସହିତ ତାଲିବାନ ମାନଙ୍କ ଲଢ଼େଇ ଜାରି ରହିଛି । ରିପୋର୍ଟ ଅନୁସାରେ, ତାଲିବାନି ମାନେ ଅହମଦ୍ ମସୁଦ୍ ଙ୍କୁ କୌଣସି ପ୍ରକାରେ ମାରିବାକୁ ଚାହୁଁଛନ୍ତି । ଯାହାଫଳରେ ଖୁବ୍ ସହଜରେ ପଞ୍ଜଶୀର ହାସଲ କରିପାରିବେ । ହେଲେ ପଞ୍ଜଶୀର ଫୁଲ୍ ଦମ୍ ରେ ତାଲିବାନିଙ୍କ ସହ ଲଢ଼ିବାକୁ ତୟାର ରହିଛନ୍ତି । ସେମାନେ ପଞ୍ଜଶୀର ଝାଡ଼ି ଭିତରେ ଥିବା ଏକ ଷ୍ଟାଡିୟମ୍ କୁ ଗୋଳା ବାରୁଦ ରେ ଭରି ଦେଇଛନ୍ତି । ସେମାନଙ୍କ ପାଖରେ ଦୁଇଟି ହେଲିକାପ୍ଟର୍ ବି ରହିଛି ।

କିନ୍ତୁ ତାଲିବାନି ମାନେ ଦାବି କରିଛନ୍ତି ଯେ, ସେମାନେ ପଞ୍ଜଶୀରକୁ ଚାରି ପଟରୁ ଘେରି ଯାଇଚନ୍ତି ଓ କବଜା କରିସାରିଛନ୍ତି । ହେଲେ ସତଟା କିନ୍ତୁ କିଛି ଅଲଗା । ବିଦ୍ରୋହୀ ମାନେ ଏବେ ବି ସେମାନଙ୍କ ଲଢ଼େଇ ଜାରି ରଖିଛନ୍ତି । ତାଲିବାନି ଙ୍କ ବିରୋଧରେ ଏକାଠି ହୋଇଚନ୍ତି । ପଞ୍ଜଶୀର ଉପରେ ତାଲିବାନି ମାନଙ୍କ ଆକ୍ରମଣ ଅସଫଳ ରହିଛି । ତେଣୁ ସେମାନଙ୍କୁ ଏବେ କଥାବାର୍ତ୍ତାର ସାହାରା ନେବାକୁ ପଡ଼ିଛି । ତେବେ ନର୍ଦନ୍ ଆଲାଏନ୍ସ କୁ କେବଳ ଏହି କଥାର ଡର ରହିଛି ଯେ, ତାଲିବାନି ମାନେ ଆଫଗାନୀ ମାନଙ୍କ ଠାରୁ ଛଡ଼ାଇ ନେଇଥିବା ଅସ୍ତ୍ରଶସ୍ତ୍ରକୁ ବ୍ୟବହାର କରିପାରନ୍ତି ।

ହେଲେ ନର୍ଦନ୍ ଆଲାଏନ୍ସର ଯୋଦ୍ଧା ମାନେ ବି ନିଜକୁ ପ୍ରସ୍ତୁତ ରଖିଚନ୍ତି । ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଗୋଟିଏ ଷ୍ଟାଡିୟମ୍ ରେ ସେନାବାହିନୀଙ୍କ ଗାଡି, ଦୁଇଟି ହେଲିକାପ୍ଟର୍ । ଖାଲି ସେତିିକି ନୁହେଁ ଚାରିପଟରୁ ମେସିନ୍ ଗନ୍ ରଖାଯାଇଛି ।

Get real time updates directly on you device, subscribe now.