fbpx

ୱେବ ପୋର୍ଟାଲ ଉପରେ କାହା ନିୟନ୍ତ୍ରଣ ନାହିଁ, ସୋସିଆଲ୍ ମିଡିଆ କମ୍ପାନୀ କେବଳ ଶକ୍ତିଶାଳୀ ଲୋକଙ୍କ କଥା ଶୁଣୁଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ତବଲିଗି ଜମାତକୁ ନେଇ ଗଣମାଧ୍ୟମ ରିପୋର୍ଟିଂ ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଧାନ ବିଚାରପତି ଏନଭି ରମଣା କହିଛନ୍ତି, ୱେବ ପୋର୍ଟାଲ ଉପରେ କାହାର ନିୟନ୍ତ୍ରଣ ନାହିଁ । କିଛି ବି ଚଲାଉଛନ୍ତି । ୱେବ ପୋର୍ଟାଲ, ୟୁଟ୍ୟୁବ ଚ୍ୟାନେଲ ଓ ସୋସିଆଲ୍ ମିଡିଆରେ ପ୍ରସାରିତ ମିଥ୍ୟା ଖବରକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ ବିଚାରପତି କହିଛନ୍ତି, ୱେବ ପୋର୍ଟାଲ ଉପରେ କାହା ନିୟନ୍ତ୍ରଣ ନାହିଁ । ୟୁଟ୍ୟୁବରେ ଲକ୍ଷ ଲକ୍ଷ ମିଛ ଖବର ଚାଲୁଛି । ଉତ୍ତରଦାୟୀ ନଥିବାରୁ ସାଧାରଣ ଲୋକ, ବିଚାରପତି ଏବଂ ଭିନ୍ନ ଭିନ୍ନ ସଂସ୍ଥାକୁ ବଦନାମ କଲା ଭଳି ଖବର ପ୍ରସାରଣ କରୁଛନ୍ତି । ସୋସିଆଲ୍ ମିଡିଆ କମ୍ପାନୀ କେବଳ ଶକ୍ତିଶାଳୀ ଲୋକଙ୍କ କଥା ଶୁଣୁଛି । ସାଧାରଣ ଲୋକ କି ବିଚାରପତିଙ୍କ କଥା ନୁହେଁ ବୋଲି କହିଛନ୍ତି ପ୍ରଧାନ ବିଚାରପତି । ସେମାନେ କାହା ପାଖେ ଉତ୍ତରଦାୟୀ ନାହାଁନ୍ତି ।

ବୈଦ୍ୟୁତିକ ଗଣମାଧ୍ୟମ ଓ ସମ୍ବାଦପତ୍ର ଲାଗି ବ୍ୟବସ୍ଥା ଥିବା ବେଳେ ୱେବ ପୋର୍ଟାଲ ଲାଗି କିଛି କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି । ସୋସିଆଲ୍ ମିଡିଆ ଓ ଡିଜିଟାଲ୍ ମିଡିଆ ଉପରେ ନଜର ରଖିବାକୁ ଆୟୋଗ ଗଠନ ପରେ କ’ଣ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି । ଆଡିସନାଲ ସଲିସିଟର ଜେନେରାଲ କହିଛନ୍ତି, ୱେବ ପୋର୍ଟାଲ ପାଇଁ ସରକାର ନିୟମ ତିଆରି କରିଛନ୍ତି । ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି ।

 

 

Get real time updates directly on you device, subscribe now.