fbpx

ବ୍ଲାକ୍ ଫଙ୍ଗସ୍ ପାଇଁ ବଜାରରେ ନାହିଁ ଔଷଧ: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : ବଜାରରେ ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକୋରମାଇକୋସିସ୍ ପାଇଁ ପ୍ରଯୁଜ୍ୟ ଔଷଧର ଅଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଚିଠି ମାଧ୍ୟମରେ ସେ କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବୀମା ଉତ୍ପାଦ ଅଧୀନରେ ମ୍ୟୁକୋରମାଇକୋସିସ୍ ରୋଗ ଉପଲବ୍ଧ କରାଇବା ପାଇଁ ଅପିଲ୍ କରିଛନ୍ତି । କାରଣ ବଜାରରେ ମ୍ୟୁକୋରମାଇକୋସିସ୍ ପାଇଁ ବ୍ୟବହୃତ ଔଷଧ Liposomal Amphotericin-B ର ଅଭାବ ଦେଖା ଦେଇଛି । ଏଭଳି ପରିସ୍ଥିତିରେ ଔଷଧର ଅଭାବ ଉପରେ ଧ୍ୟାନ ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

ଚିଠିରେ ଉଲ୍ଲେଖ କରାଯାଇଛି ଯେ, କେନ୍ଦ୍ର ସରକାର ସମସ୍ତ ରାଜ୍ୟରେ ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ କୁ ମହାମାରୀ ବୋଲି ଘୋଷିତ କରିଛନ୍ତି । ଏହାର ଅର୍ଥ ହେଲା ଯେ, ଏହାର ଚିକିତ୍ସା ପାଇଁ ବଜାରରେ ଜରୁରୀ ଔଷଧ ପର୍ଯ୍ୟାନ୍ତ ମାତ୍ରାରେ ରହିବା ନିହାତି ଜରୁରୀ ଏବଂ ରୋଗୀମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇବାର ଆବଶ୍ୟକତା ରହିଛି । ଏହାସହିତ ମ୍ୟୁକୋରମାଇକୋସିସ୍ ରେ ପୀଡିତ ଥିବା ରୋଗୀଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସହିତ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାଯାଉ । ଆଗକୁ ସେ ଲେଖିଛନ୍ତି, “ମୁଁ ବୁଝୁଛି ଯେ Liposomal Amphotericin-B ହେଉଛି ମ୍ୟୁକୋରମାଇକୋସିସ୍ ପାଇଁ ଉପଯୁକ୍ତ ଔଷଧ । ହେଲେ ବଜାରରେ ଏହାର ଅଭାବ ଦେଖିବାକୁ ମିଳିଛି । ଏହି ରୋଗକୁ ଆୟୁଷ୍ମାନ ଭାରତ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବୀମା ଉତ୍ପାଦ ଅଧୀନରେ ସାମିଲ କରାଯାଇ ନାହିଁ । ତେଣୁ ମୁଁ ଏହି ମହାମାରୀ ପାଇଁ ତତ୍କାଳ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରୁଛି” ।

ସୂଚନାଯୋଗ୍ୟ, ମ୍ୟୁକୋରମାଇକୋସିସ୍ କୁ ମହାମାରୀ ଭାବରେ ଦେଶରେ ଘୋଷଣା କରାଯାଇଛି । ଏହି ରୋଗ କରୋନାରୁ ସୁସ୍ଥ ହେବାପରେ ହେଉଥିବା ଦେଖିବାକୁ ମିଳୁଛି । ଫଙ୍ଗଲ୍ ଇନଫେକ୍ସନ୍ ଭଳି ବ୍ୟାପୁଥିବା ଏହି ମହାମାରୀ ଖାସ୍ କରି ମଧୁମେହ ଏବଂ ଏଚଆଇଭି ପୀଡିତ ରୋଗୀ ମାନଙ୍କ କ୍ଷେତ୍ରରେ ଭୟଙ୍କର ସାବ୍ୟସ୍ତ ହେଉଥିବା ଆକଳନ କରାଯାଇଛି । ଏହି ମହାମାରୀ ଦ୍ୱାରା ଦୃଷ୍ଟିଶକ୍ତି ଚାଲି ଯିବାର ଆଶଙ୍କା ରହିଛି ।

Get real time updates directly on you device, subscribe now.