fbpx

ବ୍ଲାକ ଫଙ୍ଗସର ମୁକାବିଲା ପାଇଁ କୌଣସି ମୁହୂର୍ତ୍ତରେ ଥାଳି ବଜାଇବାକୁ କହିପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ବ୍ଲାକ ଫଙ୍ଗସ ମହାମାରୀକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ମୋଦୀ ସରକାରଙ୍କ କୁଶାସନ କାରଣରୁ କେବଳ ଭାରତରେ ହିଁ କରୋନା ସହିତ ବ୍ଲାକ ଫଙ୍ଗସ ପରି ନୂତନ ମହାମାରୀ ବ୍ୟାପିଛି । ମହାମାରୀର ପ୍ରକୋପକୁ ରୋକିବା ପାଇଁ ଗତ ବର୍ଷ ଲକଡାଉନ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥାଳି ଓ ତାଳି ବଜାଇବାକୁ ଜନତାଙ୍କୁ ଅପିଲ୍ କରିଥିଲେ। ଏହାକୁ ତାତ୍ସଲ୍ୟ କରି ରାହୁଲ କହିଛନ୍ତି, ମୋଦୀ କୌଣସି ମୁହୂର୍ତରେ ବ୍ଲାକ ଫଙ୍ଗସ ମହାମାରୀର ମୁକାବିଲା ପାଇଁ ପୁଣି ଥରେ ଥାଳି-ତାଳି ବଜାଇବାକୁ ଘୋଷଣା କରି ପାରନ୍ତି।

ସେ ଟୁଇଟ୍ କରିଛନ୍ତି ଯେ, ମୋଦୀ ସରକାରର କୁଶାସନ ଯୋଗୁଁ କେବଳ ଭାରତରେ କରୋନା ସହିତ ବ୍ଲାକ ଫଙ୍ଗସ ମହାମାରୀ ବ୍ୟାପୁଛି । ଭ୍ୟାକ୍ସିନର ଅଭାବ ସହିତ ଏହି ନୂତନ ମହାମାରୀ ପାଇଁ ଔଷଧର ଅଭାବ ରହିଛି । ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ତାଳି-ଥାଳି ବଜାଇବାକୁ ଘୋଷଣା କରି ପାରନ୍ତି।

ଉଲ୍ଲେଖନୀୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କ୍ରମାଗତ କରୋନା ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା କରି ଆସିଛନ୍ତି । ଗତକାଲି ସେ ଟିକାକରଣର ଗତି ବଢାଇବାକୁ ଅପିଲ୍ କରିଥିଲେ । ଏଥିସହ ଦେଶରେ ଟିକାର ଘୋର ଅଭାବକୁ ନେଇ ଚିନ୍ତା ପ୍ରକଟ କରିଥିଲେ । କାଳ ବିଳମ୍ବ ନକରି ବ୍ୟାପକ ଟିକାକରଣ କରାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

Get real time updates directly on you device, subscribe now.