fbpx

ଆଦାନୀଙ୍କୁ ଟପି ପୁଣି ଅମ୍ବାନୀ ହେଲେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି, ୨୪ ଘଣ୍ଟା ଭିତରେ ଚିତ୍ର ବଦଳିଗଲା

ନୂଆଦିଲ୍ଲୀ: ବିଶ୍ୱର ଶୀର୍ଷ ଅରବପତି ବା ବିଲିୟନେୟାର ତାଲିକାରେ ସାମିଲ ମୁକେଶ ଅମ୍ବାନୀ ଓ ଗୌତମ ଅଦାନୀଙ୍କ ମଧ୍ୟରେ ସଂପତ୍ତି ଦୌଡ ପ୍ରତିଦିନ ନୂଆ ମୋଡ୍ ନେବାରେ ଲାଗିଛି । ଗତ ଶନିବାର ସେୟାର ବଜାରରେ ବଡ ଧରଣର ଲାଭ ପରେ ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ପାଲଟି ଯାଇଥିଲେ । କିନ୍ତୁ ଏହାର ପରବର୍ତ୍ତୀ ୨୪ ଘଣ୍ଟାରେ ତାଙ୍କୁ ବଡ ଧରଣର କ୍ଷତି ପହଞ୍ଚିଥିଲା । ଏହାପରେ ଏହି ମୁକୁଟ ପୁଣି ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ମୁଣ୍ଡରେ ଶୋଭା ପାଇଥିଲା ।

ଅଦାନୀ–ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଗୌତମ ଅଦାନୀଙ୍କ ସେୟାର ମାର୍କେଟ୍‌ରେ ରେ ତାଲିକାଭୁକ୍ତ କମ୍ପାନୀଗୁଡିକର ସେୟାରରେ ଲଗାତର ବୃଦ୍ଧି ପରିଲକ୍ଷିତ ହୋଇଥିଲା । ଏହା ସହିତ ତାଙ୍କ ମୋଟ ସଂପତ୍ତି ବି ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା ଓ ଏହା ବଢି ୯୭.୬ ଅରବ ଡଲାରରେ ପହଞ୍ଚିଥିଲା । ଏହି ଆକଳନ ସହିତ ଗୌତମ ଅଦାନୀ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଦେଇଥିଲେ ଓ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ପାଲଟି ଯାଇଥିଲେ । ୨୪ ଘଣ୍ଟାରେ ତାଙ୍କ ସଂପତ୍ତି ୭.୬ ଅରବ ଡଲାର ବୃଦ୍ଧି ପାଇଥିଲା ।

କିନ୍ତୁ ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ଅନୁଯାୟୀ ରବିବାର ଖବର ଲେଖାହେବା ବେଳକୁ ଆଦାନୀ ଗ୍ରୁପ୍‌ର ୩.୦୯ ଅରବ ଡଲାର(୨୫୦୦୦କୋଟି ଟଙ୍କା) କ୍ଷତି ହୋଇଛି ଓ ସେ ଅମୀର ତାଲିକାରେ ଗୋଟିଏ ପାଦ ତଳକୁ ଖସି ଆସିଛନ୍ତି । ଏବେ ତାଙ୍କର ମୋଟ ସଂପତ୍ତି ୯୪.୫ ଅରବ ଡଲାରରେ ପହଞ୍ଚିଛି । ଏହାପରେ ମୁକେଶ ଅମ୍ବାନୀ ଏହି ତାଲିକାରେ ଦୁଇପାଦ ଉପରକୁ ଉଠି ଯାଇଛନ୍ତି । ଏବେ ଅମ୍ବାନୀଙ୍କ ମୋଟ ସଂପତ୍ତି ୪୫୦୦କୋଟି ଟଙ୍କା ବୃଦ୍ଧି ପାଇ ୯୭.୫ ଅରବ ଡଲାରରେ ପହଞ୍ଚିଛି । ସାରା ବିଶ୍ୱରେ ଧନୀ ତାଲିକାରେ ସେ ଗୋଟିଏ ପାଦ ଉପରକୁ ଉଠି ୧୨ନଂ ସ୍ଥାନରେ ପହଞ୍ଚିଥିବା ବେଳେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକୁଟ ତାଙ୍କ ମୁଣ୍ଡରେ ହିଁ ଶୋଭା ପାଉଛି ।

Get real time updates directly on you device, subscribe now.