fbpx

End-to-End Encryption କ’ଣ? ଜାଣନ୍ତୁ କିପରି ରଖିବେ ଆପଣଙ୍କ WhatsApp Chatକୁ ନିରାପଦ

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଙ୍ଗ ଆପକୁ ଦୁନିଆରେ ୨୦୦ କୋଟିରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି । ଏହି କାରଣରୁ ହ୍ୱାଟ୍ସଆପର ଦାୟିତ୍ୱ ବଢିଯାଇଛି ଯେ, ନିଜ ୟୁଜର୍ସଙ୍କ ଡାଟା ସୁରକ୍ଷିତ ରହିବ ଏବଂ ଏଥିପାଇଁ ହ୍ୱାଟ୍ସଆପ ମଝିରେ ମଝିରେ ୟୁଜର୍ସଙ୍କ ପାଇଁ ନୂଆ ସିକ୍ୟୁରିଟୀ ଫିଚର୍ସ ଆଣୁଛି ।

ହ୍ୱାଟ୍ସଆପ ୟୁଜର୍ସଙ୍କ ଅନଲାଇନ ଷ୍ଟାଟସକୁ ହିଡେନ କରିବା, ଗ୍ରୁପରୁ ଲିଭ ହେଲେ କେହି ଜାଣିନପାରିବା ଭଳି ଫିଚର୍ସ ଆଣିଥିଲା । ଯାହାପରେ ହ୍ୱାଟ୍ସଆପ ୟୁଜର୍ସଙ୍କ ସିକ୍ୟୁରିଟୀରେ ବୃଦ୍ଧି ଘଟିଛି । ସେହିପରି କିଛି ଦିନ ପୂର୍ବରୁ ହ୍ୱାଟ୍ସଆପ End-to-End Encryption ଫିଚର ଆଣିଛି । ତେବେ ଏହି ବିଷୟରେ ଆପଣ ନିହାତି ଶୁଣିଥିବେ । ଯଦି ଆପଣ ଏହି ବିଷୟରେ ଜାଣିନାହାନ୍ତି ତେବେ ଆପଣଙ୍କ ପାଇଁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ଫିଚରର ସୂଚନା ଆମେ ଏଠାରେ ସେୟାର କରିପାରିବା ।

ହ୍ୱାଟ୍ସଆପ ଚାଟକୁ ସୁରକ୍ଷିତ ରଖିଥାଏ ଏହି ଫିଚର । ଏହି ଫିଚରର ନାମ End-to-End Encryption , ଯାହାର ସିଧାସଳଖ କାମ ହେଉଛି ଚାଟରେ ପଠାଯାଉଥିବା ମେସେଜ କେବଳ ପଠାଉଥିବା ବ୍ୟକ୍ତି ଏବଂ ମେସେଜ ପାଉଥିବା ବ୍ୟକ୍ତିଙ୍କ ମଧ୍ୟରେ ସୀମିତ ଥାଏ । ଏହା ବ୍ୟତୀତ ହ୍ୱାଟ୍ସଆପ ନିଜେ ମଧ୍ୟ ଦେଖିପାରେ ନାହିଁ । ଏହି ଫିଚର ମାଧ୍ୟମରେ ହ୍ୱାଟ୍ସଆପରେ ପଠାଯାଉଥିବା ସମସ୍ତ ଫଟୋ, ଭିଡିଓ, ଭଏସ ମେସେଜ, ଡକ୍ୟୁମେଣ୍ଟ ଏବଂ କଲ ସୁରକ୍ଷିତ ରହିଥାଏ । ଏହି ଫିଚର ପରେ ହ୍ୱାଟ୍ସଆପରେ କରାଯାଇଥିବା ସମସ୍ତ କଥାବାର୍ତ୍ତା ସୁରକ୍ଷିତ ରହିଥାଏ । ହ୍ୱାଟ୍ସଆପ କହିବା କଥା ହେଉଛି ଯେ, ସମସ୍ତ ମେସେଜକୁ ଗୋଟିଏ ଲକ ମାଧ୍ୟମରେ ସୁରକ୍ଷିତ ରଖାଯାଏ ।

Get real time updates directly on you device, subscribe now.