fbpx

‘ଇଣ୍ଡିପେଣ୍ଡେନ୍ସ’ ବ୍ରାଣ୍ଡ ଲଞ୍ଚ କଲେ ମୁକେଶ ଅମ୍ବାନୀ, ଏବେ ଘରେ ଘରେ ପହଞ୍ଚିବ ରିଲାଏନ୍ସ

ନୂଆଦିଲ୍ଲୀ: ପେଟ୍ରୋଲିୟମ ଏବଂ ଟେଲିକମ୍ ଦୁନିଆରେ ନିଜର ସାମ୍ରାଜ୍ୟ ବିସ୍ତାର କରିବା ପରେ ଏବେ ଫାଷ୍ଟ୍ ମୁଭିଂ କନଜ୍ୟୁମର ଗୁଡ୍ସ(ଏଫ୍‌ଏମସିଜି) କ୍ଷେତ୍ରରେ ନଜର ପକାଇଛନ୍ତି ଭାରତର ଶିଳ୍ପପତି ମୁକେଶ ଅମ୍ବାନୀ । ଝିଅ ଇଶାଙ୍କ ନେତୃତ୍ୱରେ ଲିଲାଏନ୍ସ ରିଟେଲ୍‌ର ଏଫ୍‌ଏମସିଜି ଫାର୍ମ ରିଲାଏନ୍ସ କନଜ୍ୟୁମର ପ୍ରଡକ୍ଟସ୍ ଗୁଜରାଟରେ ‘ଇଣ୍ଡିପେଣ୍ଡେନ୍ସ’ ବ୍ରାଣ୍ଡ ଲଞ୍ଚ କରିଛି । ଏହି ବ୍ରାଣ୍ଡରେ କମ୍ପାନୀ ଖାଇବା ତେଲ, ଡାଲି, ଚାଉଳ, ପକ୍କେଟ୍ ଖାଦ୍ୟ ସାମଗ୍ରୀ ଏବଂ ଦୈନିକ ଅତ୍ୟାବଶ୍ୟକ ସାମଗ୍ରୀ ବଜାରକୁ ଆଣିବ ।

ଏହି ଅବସରରେ ରିଲାଏନ୍ସ ରିଟେଲର ନିର୍ଦ୍ଦେଶକ ଇଶା ଅମ୍ବାନୀ କହିଛନ୍ତି – ମୋର ନିଜସ୍ୱ ଏଫଏମସିଜି ବ୍ରାଣ୍ଡ ‘ଇଣ୍ଡିପେଣ୍ଡେନ୍ସ’ ଶୁଭାରମ୍ଭ ଘୋଷଣା କରି ମୁଁ ଆନନ୍ଦିତ । ଏହା ଭାରତର ଏକ ବ୍ରାଣ୍ଡ ଏବଂ ଭାରତର ଲୋକଙ୍କ ପାଇଁ । ଏଥି ସହିତ ଗୁଜୁରାଟକୁ ‘ଗୋ-ଟୁ-ମାର୍କେଟ’ ରାଜ୍ୟ ଭାବରେ ବିକାଶ କରିବାକୁ ଯୋଜନା କରୁଥିବା କମ୍ପାନୀର ବିବୃତ୍ତିରେ କୁହାଯାଇଛି । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଇଣ୍ଡିପେଣ୍ଡେନସ୍ ବ୍ରାଣ୍ଡ ଉତ୍ପାଦଗୁଡିକ ଭାରତୀୟ ଗ୍ରାହକଙ୍କ ଆବଶ୍ୟକତାକୁ ଭିନ୍ନ ଭିନ୍ନ ବୁଝିବା ସହିତ ସୃଷ୍ଟି କରାଯାଇଛି ଏବଂ ଏହା ପ୍ରତ୍ୟେକ ଭାରତୀୟଙ୍କ ଘରେ ସ୍ଥାନ ପାଇବାକୁ ନିଶ୍ଚିତ, କାରଣ ଏହା କେବଳ ଭାରତରେ ନୁହେଁ, ବରଂ ଭାରତ ପାଇଁ ମଧ୍ୟ ପ୍ରସ୍ତୁତ କରାଯାଇଛି ।

ତେବେ ଏହି ଗୁଜରାଟରେ ଏହି ବ୍ରାଣ୍ଡକୁ ଲଞ୍ଚ କରିବା ପରେ ଆଦାନୀ-ରାମଦେବଙ୍କ ପତଞ୍ଜଳୀ ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରନ୍ତି । ଆସନ୍ତା ମାସରେ ଗୁଜୁରାଟ ବାହାରେ ଖୁଚୁରା ବ୍ୟବସାୟୀଙ୍କୁ ବ୍ରାଣ୍ଡ ବିସ୍ତାର କରିବାକୁ ଏବଂ ରିଲାଏନ୍ସ ଉତ୍ପାଦ ଯୋଜନା କରୁଛି । ଯଦି ଏହି ବ୍ରାଣ୍ଡ ବିସ୍ତାର ହୁଏ, ତେବେ ପ୍ରତିଯୋଗିତା ଗୌତମ ଆଦାନୀ ଗ୍ରୁପ୍ କମ୍ପାନୀ ଆଦାନୀ ୱିଲମାର ସହିତ ମଧ୍ୟ ହେବ ।

Get real time updates directly on you device, subscribe now.