ମୁମ୍ବାଇ: ସେୟାର ମାର୍କେଟରେ ନିବେଶ କରି ଟଙ୍କା ଆୟ କରୁଥିବା ଲୋକମାନଙ୍କ ପାଇଁ ଖୁସି ଖବର । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍(ଆରଆଇଏଲ) ମୁଖ୍ୟ ମୁକେଶ ଅମ୍ବାନୀଙ୍କ ଟେଲିକମ୍ କମ୍ପାନୀ ଜିଓ ଆଇପିଓ ଲଞ୍ଚ କରିବାକୁ ଯାଉଛି। ଏନେଇ ହିନ୍ଦୁ ବିଜନେସ୍ ଲାଇନ୍ ର ଏକ ରିପୋର୍ଟରୁ ଜଣା ପଡ଼ିଛି ।
ଏହି ରିପୋର୍ଟ ମୁତାବକ ମୁକେଶ ଅମ୍ବାନୀ ଆଇଆଇଏଲର ଆଗାମୀ ବାର୍ଷିକ ବୈଠକ(ଏଜିଏମ)ରେ ଏହି ବିଷୟରେ ଘୋଷଣା କରିପାରନ୍ତି । ମୁକେଶ ଅମ୍ବାନୀଙ୍କ ଯୋଜନା ମୁତାବକ ରିଲାଏନ୍ସ ଜିଓ ପ୍ଲାର୍ଟଫର୍ମ(ଆରଜେପିଏଲ) ଏବଂ ଆରଆଇଏଲର ସହାୟକ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼(ଆଇଆଇବିଏଲ)ର ସମସ୍ତ ଅଲଗା ଅଲଗା ଆଇପିଓ ରହିଛି ।
ବର୍ତ୍ତମାନ ଏହି ଦୁଇ କମ୍ପାନୀର ଆଇପିଓ ମାଧ୍ୟମରେ ଅମ୍ବାନୀ ୫୦,୦୦୦ କୋଟିରୁ ୭୫,୦୦୦ କୋଟି ପର୍ଯ୍ୟନ୍ତ ଏକ ମୋଟା ଅଙ୍କର ରାଶି ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଆଇପିଓ ମାଧ୍ୟମରେ ଦୁଇ କମ୍ପାନୀ ସେୟାର ମାର୍କେଟରେ ତାଲିକାଭୁକ୍ତ ହୋଇଯିବେ ।
ବିଜନେସ ଲାଇନ୍ ରିପୋର୍ଟ ମୁତାବକ ଅମ୍ବାନୀ ଏହି ଦ୍ୁଇ କମ୍ପାନୀକୁ ଭାରତ ସେୟାର ମାର୍କେଟରେ ଲଞ୍ଚ କରିବା ସହିତ ଆମେରିକାର ନାସଡେକ୍ ପ୍ଲାର୍ଟଫର୍ମରେ ମଧ୍ୟ ତାଲିକାଭୁକ୍ତ ହୋଇପାରେ । ନାସଡେକ୍ ଟେକ୍ କମ୍ପାନୀ ଗୁଡ଼ିକ ପାଇଁ ବିଶ୍ୱର ସବୁଠୁ ବଡ଼ ସେୟାର ମାର୍କେଟ ଅଟେ ।
ସୁତ୍ରରୁ ମିଳିଥିବା ଖବର ମୁତାବକ ଡିସେମ୍ବର ୨୦୨୨ ମଧ୍ୟରେ ରିଲାଏନ୍ସ ରିଟେଲର ଆଇପିଓ ଲଞ୍ଚ ହୋଇପାରେ । ଏହା ପରେ ଜିଓର ଆଇପିଓ ଲଞ୍ଚ ହୋଇପାରେ । ପୁର୍ବରୁ ୨୦୨୦ରେ ରିଲାଏନ୍ସ ଜିଓ ପେସବୁକ ଏବଂ ଗୁଗଲ ସହିତ ୧୩ ନିବେଶକଙ୍କୁ ୩୩ ପ୍ରତିଶତ ବିକ୍ରି କରିଥିଲା ।