fbpx

ମୁକେଶ ଅମ୍ବାନୀଙ୍କ ବଡ଼ ଡିଲ୍: ଏହି କମ୍ପାନୀକୁ ନିଜ ନାଁରେ କରିପାରେ ରିଲାଏନ୍ସ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ ଅନେକ ସମୟରୁ ବ୍ରିଟେନରେ ଏକ ବଡ଼ ଡିଲ୍ କରିବାକୁ ପ୍ରୟାସ କରୁଥିଲେ । ଏବେ ସେ ଏହି ଏହି ଡିଲ୍ ର ଅଧିକ ନିକଟତର ହୋଇଛନ୍ତି । ଯାହା ବିଦେଶରେ ରିଲାଏନ୍ସର ଏପର୍ଯ୍ୟନ୍ତର ସବୁଠୁ ବଡ଼ ଡିଲ୍ ହେବ ।

ରିଲାଏନ୍ସ ଇଣ୍ଡିଷ୍ଟ୍ରିଜ୍ ବ୍ରିଟେନର ୱାଲଗ୍ରୀସ କମ୍ପାନୀର ଡ୍ରଗ(ଔଷଧ) ରିଟେଲର ବ୍ରାଣ୍ଡ୍ ‘ବୁଟ୍ସ’ କୁ କିଣିବାକୁ ପ୍ରୟାସ କରୁଛି । ଏବେ ବ୍ଲମବର୍ଗରେ ଏକ ଖବର ପ୍ରକାଶିତ ହୋଇଛି ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଆପୋଲୋ ଗ୍ଲୋବାଲ ମ୍ୟାନେଜମେଣ୍ଟ ଆଇଏନସି ଏଥିପାଇଁ ଏକ ବାଇଡିଙ୍ଗ ଅଫର୍ ପ୍ରସ୍ତୁତ କରିଛନ୍ତି । ଆଉ ଯଦି ଏହି ଡିଲ୍ ପୂରା ହେଉଛି ତେବେ ରିଲାଏନ୍ସର ଏହା ଏପର୍ଯ୍ୟନ୍ତର ସବୁଠୁ ବଡ଼ ବିଦେଶୀ ଡିଲ୍ ହେବ । ବୁଟ୍ସ ଦୁନିଆର ସବୁଠୁ ବଡ଼ ଡ୍ରଗ୍ ରିଟେଲର କମ୍ପାନୀ ମଧ୍ୟରୁ ଗୋଟିଏ । ଖବର ଅନୂଯାୟୀ, ରିଲାଏନ୍ସ ବୁଟ୍ସକୁ କିଣିବାକୁ ୫ ଅରବ ପାଉଣ୍ଡ ଅର୍ଥାତ୍ ପ୍ରାୟ ୪୮,୧୨୩ କୋଟି ଅଫର କରିଛି । ଅବଶ୍ୟ ଏହି ଡିଲ୍ ରିଲାଏନ୍ସ ପାଇଁ ଏତେଟା ସହଜ ନଥିଲା ।

ମୁକେଶ ଅମ୍ବାନୀଙ୍କର ଏହି ଡିଲରେ ବ୍ରିଟିଶ-ଗୁଜରାଟୀ ଭାଇ ଇସା-ବ୍ରଦର୍ସ ରାସ୍ତା ରୋକିଥିଲେ । ପ୍ରକୃତରେ ବୁଟ୍ସ ପାଇଁ ପ୍ରଥମ ରାଉଣ୍ଡରେ ସବୁଠୁ ଅଧିକ ବିଡ୍ ଲଗାଇଥିଲେ ଇସା ବ୍ରଦର୍ସ । ଭାରତର ମୋହସିନ ଇସା ଏବଂ ଜୁବେର ଇସା ନିଜ କମ୍ପାନୀ ୟୁରୋ ଗ୍ୟାରେଜ ମାଧ୍ୟମରେ ବିଡ୍ ଲଗାଇଥିଲେ । ଏହା ୟୁରୋପର ବଡ଼ ପେଟ୍ରୋଲ ପମ୍ପ କମ୍ପାନୀ ମଧ୍ୟରୁ ଗୋଟିଏ । ଏହା ଏହି ଇସା ଭାଇଙ୍କ ପାଖରେ ବ୍ରିଟେନର ସୁପର ମାର୍କେଟ ଚେନ୍ କମ୍ପାନୀ ଆସ୍ଡା ଏବଂ ରେଷ୍ଟୁରାଣ୍ଟ କମ୍ପାନୀ ଲିଅନ ମଧ୍ୟ ରହିଛି ।

ଦୁଇ ଭାଇ ଟିଡିଆର କ୍ୟାପିଟାଲ ସହ ମିଶି କମ୍ପାନୀର ଅଧିଗ୍ରହଣ ପାଇଁ ବିଡ୍ ଲଗାଇଥିଲେ । କିନ୍ତୁ ଏବେ ସେମାନେ ଏଥିରୁ ଓହରି ଯାଇଛନ୍ତି ଫଳରେ ଏବେ କେବଳ ରିଲାଏନ୍ସ ହିଁ ଏକମାତ୍ର ପ୍ରତିଯୋଗୀ ରହିଛି ।

ବୁଟ୍ସ ବ୍ରିଟେନରେ ୨୨୦୦ ରୁ ଅଧିକ ଷ୍ଟୋର ରହିଛି । କମ୍ପାନୀ ପାଖରେ ନଂ ୭ ବିଉଟି ଭଳି ପ୍ରାଇଭେଟ ଲେବୁଲ ବ୍ରାଣ୍ଡ ମଧ୍ୟ ରହିଛି । ୟୁରୋପ ଏବଂ ଅନ୍ୟ ଦେଶରେ କମ୍ପାନର ବଡ଼ କାରବାର ରହିଛି ।

ତେବେ ପୂର୍ବରୁ ରିଲାଏନ୍ସ ଆମେରିକାର ଏକ ଲିଥିୟମ ବ୍ୟାଟେରୀ ଟେକ୍ନୋଲୋଜୀ କମ୍ପାନୀକୁ ୬ କୋଟି, ଏବଂ ବ୍ରିଟେନର ସବୁଠୁ ପୁରୁଣା ଖେଳଣା କମ୍ପାନୀ ହାମଲେସକୁ କିଣି ବିଦେଶୀ ଡିଲ୍ କରିବାରେ ସଫଳ ହୋଇଛି ।

Get real time updates directly on you device, subscribe now.