fbpx

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା: ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଛାତ୍ରବୃତ୍ତି ଯୋଜନା ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଛାତ୍ରବୃତ୍ତି ଯୋଜନା ଆବେଦନର ଅବଧିକୁ ବୃଦ୍ଧି କରାଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ ଆବେଦନ କରିନଥିବେ ସେମାନେ ଏବେ ଆସନ୍ତା ୨୫ ତାରିଖ ସୁଦ୍ଧା ଆବେଦନ କରିପାରିବେ । ଏନେଇ ସୋସିଆଲ ମିଡ଼ିଆ ଏକ୍ସ’ରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ପୋଷ୍ଟ ଶେୟାର କରି ସୂଚନା ଜାରି କରାଯାଇଛି ।

ତେବେ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଶେଷ ସୁଯୋଗ । ପରବର୍ତ୍ତୀ ସମୟରେ ଏହି ଅବଧିକୁ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଛାତ୍ରଛାତ୍ରୀମାନେ ଇ-ମେଧାବୃତ୍ତି ସ୍କଲାରଶିପ, ବ୍ୟାସକବି ଫକୀରମୋହନ ମେଧା ଭାଷାବୃତ୍ତି ଓ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାକୁ scholarship.odisha.gov.in ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ । ଏହି ଯୋଜନା ଦ୍ୱାରା ପ୍ରାକ ଓ ପରବର୍ତ୍ତୀ ଦଶମ ଶ୍ରେଣୀର ଆବାସିକ ଶିକ୍ଷା ଓ ଛାତ୍ରବୃତ୍ତି ପାଉଥିବା ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ।

ଷଷ୍ଠରୁ ଉପର ଶ୍ରେଣୀରେ ପଢ଼ୁଥିବା ନିର୍ମାଣ ଶ୍ରମିକଙ୍କ ପିଲାମାନେ ଏହି ଛାତ୍ରବୃତ୍ତି ପାଇବେ । ଗୋଟିଏ ପରିବାରର ଦୁଇଜଣ ପିଲା ଏକାବେଳେ ଏଥିରେ ଲାଭବାନ ହୋଇପାରିବେ । ଷଷ୍ଠ ଓ ସପ୍ତମ ପାଇଁ କେବଳ ଛାତ୍ରୀମାନଙ୍କୁ ସାମିଲ କରାଯାଇଥିବା ବେଳେ ଅଷ୍ଟମରୁ ଉପର ଶ୍ରେଣୀରେ ଉଭୟ ଛାତ୍ର ଓ ଛାତ୍ରୀଙ୍କୁ ସାମିଲ କରାଯାଇଛି । ଅଷ୍ଟମରୁ ଉପର ଶ୍ରେଣୀରେ ପଢ଼ୁଥିବା ଝିଅମାନଙ୍କୁ ଅଧିକ ୨୦ ପ୍ରତିଶତ ସହାୟତ ପ୍ରଦାନ କରାଯିବ । ଏନେଇ ଓଡ଼ିଶା ଗୃହ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ପରିଷଦ ପକ୍ଷରୁ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଛାତ୍ରବୃତ୍ତି ଆବେଦନ ଆରମ୍ଭ ହୋଇଛି । ଏହି ପରିଷଦ ଅଧିନରେ ଅନ୍ୟୁନ ଏକବର୍ଷ ପଞ୍ଜିକୃତ ହୋଇଥିବା ଶ୍ରମିକଙ୍କ ପିଲାମାନେ ଏଥିରେ ଆବେଦନ କରିପାରିବେ ।

Get real time updates directly on you device, subscribe now.