fbpx

 ଉଦ୍ଧାରପରେ ମୁକ୍ତିକାନ୍ତଙ୍କ ପ୍ରଥମ ପ୍ରତିକ୍ରିୟା କହିଲେ, ଏହି ଲଢ଼େଇ ଆଗକୁ ଜାରି ରହିବ:ମୁକ୍ତିକାନ୍ତ

ଭୁବନେଶ୍ୱର:ରାଉରକେଲାବାସୀଙ୍କ ସ୍ୱାର୍ଥ ପାଇଁ ହୋର୍ଡିଂଙ୍କ ଉପରେ ଚଢ଼ିଥିିବା ମୁକ୍ତିକାନ୍ତଙ୍କୁ ଶେଷରେ ତଳକୁ ଅଣାଯାଇଛି । ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ମୁକ୍ତିକାନ୍ତଙ୍କୁ ଅଗ୍ନିଶମବାହିନୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି । ଏହାପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯିବ ବୋଲି କୁହାଯାଇଛି। ପ୍ରାୟ ୪ଘଣ୍ଟା ହେବ ସେ ହୋର୍ଡିଂ ଉପରେ ବସିଥିଲେ । ଏହା ସହିତ ତାଙ୍କ ଦେହରେ ସେ ଡିଜେଲ ଢାଳିଥିଲେ । ଏହାପରେ ଅଗ୍ନୀଶମବାହୀନି ତାଙ୍କ ଉପରକୁ ପାଣି ମାଡ କରିଥିଲେ ।
 ପ୍ରାୟ ୪ଘଣ୍ଟା ହେବ ସେ କିଛି ଖାଇବା ତ ଦୂରକଥା ପାଣି ଟୋପାଏ ପିଇ ନାହାନ୍ତି, ତେଣୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ବିଗିଡି ପାରେ ଯାହା ପାଇଁ ତାଙ୍କୁ ମେଡିକାଲ ନିଆଯାଇଛି । ତେବେ ତାଙ୍କୁ ଉଦ୍ଧାର କରିବା ପରେ ସେ ତାଙ୍କର ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହି ଲଢ଼େଇ ଜାରି ରହିବ। ମୁଖ୍ୟମନ୍ତ୍ରୀ ଏକଛତ୍ରବାଦୀ ଶାସନ ଚଳାଇଛନ୍ତି । ମୁଁ ରାଉରକେଲାବାସୀଙ୍କ ସ୍ୱାର୍ଥ ନାଇଁ ଏହି କାର୍ଯ୍ୟ ଏହି ଲଢ଼େଇ ଜାରି ରଖିବି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.