fbpx
BSKY SKY
BSKY SKY

ରାଜଧାନୀରେ MLAଙ୍କ ପାଇଁ ନିର୍ମାଣ କରାଯିବ ବହୁତଳ କୋଠା, ବ୍ୟୟ ଅଟକଳ ହେଲା ୪୦୦ କୋଟି

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ପର୍ଯ୍ୟାପ୍ତ ପରିମାଣରେ ଘର ନଥିବାରୁ ବିଧାୟକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଧାୟକଙ୍କ ପାଇଁ ଘର ତିଆରି କରି ତାହାକୁ ଆବଣ୍ଟନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ତେବେ ଏହି ବହୁତଳ ବିଶିଷ୍ଟ ଆବାସିକ ଗୃହ ନିର୍ମାଣ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୭୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବାଚସ୍ପତି ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ପ୍ରକଳ୍ପରେ ମୋଟ ୪୦୦ କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ଅତିରିକ୍ତ ବଜେଟରେ ସରକାରଙ୍କ ତରଫରୁ ୫୦ କୋଟି ଟଙ୍କା ଅଲଗା ହେଡ୍ ଅଫ୍ ଆକାଉଣ୍ଟରେ ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଏହି ବୈଠକରେ ଇଷ୍ଟେଟ୍ ବିଭାଗ ନିର୍ଦ୍ଦେଶକ, ଓଡ଼ିଶା ହାଉସିଂ ବୋର୍ଡ ଏମଡି, ବିଧାନସଭା ସଚିବ ଓ ପୂର୍ତ୍ତ ବିଭାଗ ନିର୍ଦ୍ଦେଶକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.