fbpx

ବଡ଼ ଖବର: ୨ରୁ ୧୮ ବର୍ଷର ପିଲାଙ୍କୁ ମିଳିବ କରୋନା ଟିକା

ନୂଆଦିଲ୍ଲୀ: କରୋନାର ମୁକାବିଲା କରିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଟିକାକରଣକୁ ନେଇ ଆସିଛି ବଡ଼ ଖବର । ଏଣିକି ୨ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କୁ ଦିଆଯିବ କରୋନା ଟିକା । ପିଲାଙ୍କୁ କରୋନା ଟିକା ଦେବାକୁ ଡିସିଜିଆଇ ଅନୁମତି ଦେଇଛି । ୨ରୁ ୧୮ ବର୍ଷର ପିଲାଙ୍କୁ କୋଭାକ୍ସିନ ଟିକା ମିଳିବ । କୋଭାକ୍ସିନ ଟିକାର ୨ଟି ଯାକ ଡୋଜ୍ ପିଲାଙ୍କୁ ଦିଆଯିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଗାଇଡଲାଇନ୍ ଜାରି ହେବ । ଏହାପରେ ପିଲାଙ୍କୁ ଟିକା ଲଗାଯିବ । ଟ୍ରାଏଲରେ ପିଲାଙ୍କର କୌଣସି କ୍ଷତି ହୋଇନଥିବା ପ୍ରମାଣିତ ହୋଇଛି ।

ତେବେ କୋଭାକ୍ସିନ ଟିକା ନେଇ ଫେଜ୍-୨ ଓ ଫେଜ୍-୩ ଟ୍ରାଏଲ ହୋଇଥିଲା । ଭାରତ ବାୟୋଟେକ୍ ପିଲାଙ୍କ ଉପରେ ଟ୍ରାଏଲ ଶେଷ କରିଥିଲା । ଟ୍ରାଏଲ ନେଇ ଡିସିଜିଆଇକୁ ରିପୋର୍ଟ ଦେଇଥିଲା ଭାରତ ବାୟୋଟେକ୍ । କରୋନା ବିରୋଧରେ କୋଭାକ୍ସିନର କ୍ଲିନିକାଲ ଟ୍ରାଏଲରେ ପାଖାପାଖି ୭୮ ପ୍ରତିଶତ ସଫଳ ହୋଇଥିଲା ।

Get real time updates directly on you device, subscribe now.