fbpx

ପିଓକରେ ଆକ୍ଟିଭ ଆଫଗାନିସ୍ତାନର ୩୦୦୦ ସିମ୍ କାର୍ଡ, ଘାଟିରେ ହଲଚଲ ତାଲିବାନ ଆତଙ୍କବାଦୀ

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ଅକ୍ତିକାର କରିବା ପରେ ଏବେ ଜମ୍ମୁ-କଶ୍ମୀରରେ ଲଢିବାକୁ ପ୍ରସ୍ତୁତି ଚଳାଇଛି ତାଲିବାନି । ଆଉ ଏସବୁ ପଛରେ ରହିଛି ପାକିସ୍ତାନର ହାତ । ଗୁଇନ୍ଦା ସୂତ୍ର ମୁତାବକ, ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ପାକ୍ ଗୁଇନ୍ଦା ଏଜେନ୍ସି ଆଇଏସଆଇର ଅଫିସର, ସାଇବର ପ୍ରୋପାଗଣ୍ଡା ୟୁନିଟ୍, ତାଲିବାନ, ଜୈସ ଇ ମହମ୍ମଦ ଓ ଲସ୍କର ଇ ତୋଇବାର ଆତଙ୍କବାଦୀ ଆଫଗାନିସ୍ତାନ ସିମ କାର୍ଡ ବ୍ୟବହାର କରୁଛନ୍ତି । ବର୍ତ୍ତମାନ ପିଓକେରେ ଆଫଗାନିସ୍ତାନ ନମ୍ବରରେ ପ୍ରାୟ ୩୦୦୦ ସିମ କାର୍ଡ ଆକ୍ଟିଭ୍ ରହିଥିବା ଗୁଇନ୍ଦା ସୂତ୍ରରୁ ପ୍ରକାଶ ।

ଗୋଟିଏ ପଟେ ଆଇଏସଆଇର ସାଇବର ପ୍ରୋପାଗାଣ୍ଡା ୟୁନିଟ୍ ବଡ ଧରଣର ଗୁଜବ ଜରିଆରେ କଶ୍ମୀର ଘାଟିରେ ହିଂସା କରିବାକୁ ଅହରହ ଉଦ୍ୟମ ଚଳାଉଥିବା ବେଳେ ଅନ୍ୟପଟେ ଶୀତ ଋତୁରେ ବରଫପାତ ହେବା ପୂର୍ବରୁ ଜମ୍ମୁ-କଶ୍ମୀରରେ ବଡ ଧରଣର ହମଲା ପାଇଁ ଉଦ୍ୟମ ଚଳାଇଛନ୍ତ ଆତଙ୍କବାଦୀ । ଗୁଇନ୍ଦା ସୂତ୍ର ଅନୁଯାୟୀ, ଆଫଗାନିସ୍ତାନରେ ଲଢେଇ କରି ଫେରିଥିବା ସିନିୟର ଲସ୍କର କମାଣ୍ଡର ଅବୁ ମୁନାଜିଲକୁ ଜମ୍ମୁ-କଶ୍ମୀରର ବାରି ବ୍ରାହ୍ମଣ ଏବଂ ସାମ୍ବା ସେକ୍ଟରେ ସ୍ଥିିତ କିଛି ସମ୍ବେଦନଶୀଳ ଠିକଣାକୁ ଆଇଇଡିରେ ଉଡାଇବାକୁ ଦାୟିତ୍ୱ ଦିଆଯାଇଛି ।

ସୂଚନାଯୋଗ୍ୟ, ପିଓକେରେ ରହିଥିବା ଆଇଏସଆଇ ସାଇବର ପ୍ରୋପାଗାଣ୍ଡା ୟୁନିଟ୍୍କୁ ଆଫଗାନିସ୍ତାନରେ ତାଲିବାନକୁ ସମର୍ଥନ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା । ଆଫଗାନିସ୍ତାନରେ ତାଲିବାନକୁ କ୍ଷମତାସୀନ କରାଇବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କୁହାଯାଏ । ଏହି ୟୁନିଟରେ ୨୦୦ ଲୋକ ରହିଛନ୍ତି । ଏମାନେ ଜମ୍ମୁ-କଶ୍ମୀରରେ ଗୁଜବ ପ୍ରଚାର କରିବାରେ ଜୁଟିଛନ୍ତି ।

Get real time updates directly on you device, subscribe now.