fbpx

ନେଟଫ୍ଲିକ୍ସର ‘ହାଉସ୍ ଅଫ୍ ସିକ୍ରେଟ୍ସ’ ଡକ୍ୟୁମେଣ୍ଟାରୀରେ ରହିଛି ବୁରାରୀ ମୃତ୍ୟୁ ପଛର ସତ କାହାଣୀ

ନୂଆଦିଲ୍ଲୀ: ଦିଲ୍ଲୀର ବୁରାଡି ଅଞ୍ଚଳରେ ୨୦୧୮ ମସିହାରେ ହୋଇଥିବା ଏକ ଅଘଟଣ ସମସ୍ତଙ୍କୁ ସ୍ତବ୍ଧ କରିଥିଲା । ଗୋଟିଏ ପରିବାରର ୧୧ ଲୋକ ଫାଶୀରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲେ । ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ପଡୋଶୀ ଲୋକେ ତ ଏହାକୁ ଶୁଣି ବେହୋସ୍ ହେବା ସହ ଭୟଭୀତ ହୋଇଥିଲେ । ଏହି ସତ ଘଟଣାକୁ ନେଇ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛି, ଯାହାର ନାଁ ‘ହାଉସ୍ ଅଫ୍ ସିକ୍ରେଟ୍ସ’ ରଖାଯାଇଛି । ୮ ଅକ୍ଟୋବରରେ ଏହାର ଟ୍ରେଲର ରିଲିଜ କରାଯାଇଥିବା ଏବେ ସମ୍ପୂର୍ଣ୍ଣ ୩ଟି ଏପିସୋଡ ନେଟଫ୍ଲିକ୍ସରେ ରିଲିଜ କରାଯାଇଛି ।

ଏହି ଡକ୍ୟୁମେଣ୍ଟାରୀରେ ୧୧ ସଦସ୍ୟଙ୍କ ରହସ୍ୟମୟୀ ମୃତ୍ୟୁର ଖୁଲାସା କରାଯିବ ସହିତ ବିଭିନ୍ନ ଲୋକଙ୍କର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ପଡୋଶୀଙ୍କ ଠାରୁ ବୟାନ ଓ ଘରୁ ମିଳିଥିବା କିଛି ନୋଟରୁ ମୃତ୍ୟୁ ପଛର ଆଶ୍ଚର୍ଯ୍ୟଜନକ ସତର ଖୁଲାସା ହୋଇଛି । ଘରୁ ଜବତ ହୋଇଥିବା ନୋଟରୁ ‘ଗଣଆତ୍ମହତ୍ୟା’ର ସତକୁ ଜାଣିବାରେ ସକ୍ଷମ ହୋଇଥିଲା ପୋଲିସ ।

ଘରୁ ୩ ପୀଢ଼ୀଙ୍କ ମୃତଦେହ ଘଟଣାରେ ମୃତ ନାରାୟଣ ଦେବୀ ଘରର ମୁଖିଆ ଥିଲେ । ବେଡରୁମରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ତାଙ୍କର ଜଣେ ଝିଅ ପ୍ରତିଭା ଓ ୨ ପୁଅ ଭବନେଶ ଓ ଲଲିତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଘରର ବଡ଼ଲୋକଙ୍କ ସହିତ ୩ ଝିଅ ଓ ୨ ପୁଅଙ୍କ ମୃତହେଦକୁ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା । ଘରର ଲୋକଙ୍କ ବ୍ୟତୀତ ବାହାରର କେହି ବି ଆସିନଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ଏହା ସହ ଆତ୍ମହତ୍ୟାରେ ବ୍ୟବହୃତ ଅନ୍ୟ ସାମଗ୍ରୀ ମଧ୍ୟ ଘରଲୋକେ ଯାଇ କିଣିକି ଆଣିଥିବା ସିସିଟିଭିରେ ଦେଖିବାକୁ ମିଳିଛି ।

ସୁସ୍ଥ ଜୀବନ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତୀ ପାଇଁ ଏପରି କରିବାକୁ ଲଲିତ୍ ଘରଲୋକଙ୍କୁ କହିଥିଲେ । ସେ ନିଜ ସ୍ୱର୍ଗୀୟ ପିତାଙ୍କ ସହ କଥା ହେଉଥିବା କହିବା ସହିତ ସମସ୍ତ କାର୍ଯ୍ୟକୁ ଏକ ନୋଟରେ ଲେଖୁଥିଲେ । ନୋଟରେ ଲେଖାଥିବା ପ୍ରତିଟି କାର୍ଯ୍ୟ ଘରର ଲୋକମାନେ ମାନୁଥିଲେ ଓ ଏହା ବିଷୟରେ ବାହାର ଲୋକଙ୍କୁ କିଛି ବି କହିବାକୁ ମନା ହୋଇଥିଲା । ଘରର ଉନ୍ନତି ପାଇଁ ସମସ୍ତଙ୍କୁ ବରଗଛର ଲତା ପରି ଝୁଲନ୍ତା ଅବସ୍ଥାରେ ରହିବାକୁ କୁହାଯାଇଥିଲା ଓ ଶେଷ ମୂହୁର୍ତ୍ତ ସ୍ୱର୍ଗୀୟ ପିତା ଆସି ସମସ୍ତଙ୍କୁ ବଞ୍ଚାଇବେ ବୋଲି ନୋଟରେ ଲେଖାଥିଲା । କିନ୍ତୁ ସେପରି କିଛି ନହେବାରୁ ସମସ୍ତଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି ।

Get real time updates directly on you device, subscribe now.