fbpx

ମୁମ୍ବାଇରେ କୋଠା ଭୁଶୁଡିବା ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ଗତ ରାତିରେ ମୁମ୍ବାଇର ପଶ୍ଚିମ ମଲାଡ଼ ନ୍ୟୁ କଲେକ୍ଟର କମ୍ପାଉଣ୍ଡରେ ବର୍ଷା ଯୋଗୁଁ କୋଠା ଭୁଶୁଡି ପଡିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ନେଇ ଘୋଷଣା କରିଛନ୍ତି । ଏହି ସହାୟତା ରାଶି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡରୁ ଦିଆଯିବ । ଏନେଇ ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ମୁମ୍ବାଇରେ ଗତକାଲି ବର୍ଷା ଯୋଗୁଁ ପଶ୍ଚିମ ମଲାଡ଼ର ନ୍ୟୁ କଲେକ୍ଟର କମ୍ପାଉଣ୍ଡରେ ରାତି ପ୍ରାୟ ୧୧ଟା ସମୟରେ ଏକ କୋଠା ଭୁଶୁଡି ପଡିଥିଲା । ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ୮ ଜଣ ପିଲା ରହିଥିବା ଜଣାପଡିଛି । ଅତିରିକ୍ତ ସିପି ଦିଲୀପ ସାୱନ୍ତ କହିଛନ୍ତି ଯେ ରାତି ରୁ ୧୮ ଜଣଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣାରେ ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣା ସ୍ଥଳରେ ଏଯାବତ୍ ଖୋଜାଖୋଜି ଜାରି ରହିଛି ।

 

Get real time updates directly on you device, subscribe now.