ଜନ୍ମଦିନରେ ମହିଳାଙ୍କ ରହସ୍ୟମୟ ମୃତ୍ୟୁ: କେକ୍‌ରେ ଡ୍ରଗ୍ସ ଦେଇ ମାରିଥିଲେ, ସାମ୍ନାକୁ ଆସିଲା ସାଙ୍ଘାତିକ ସତ

ମୁମ୍ବାଇ: ମୁମ୍ବାଇର ଘାଟକୋପର ଅଞ୍ଚଳରେ ରହୁଥିବା ହୀରା ବ୍ୟବସାୟୀ ରାଜେଶ୍ୱର ଉଦାନିଙ୍କୁ ଶେଷ ଥର ପାଇଁ ୨୦୧୮ ନଭେମ୍ବର ୨୭ ତାରିଖରେ ଦେଖିବାକୁ ମିଳିଥିଲା। ଅଫିସରୁ ଫେରୁଥିବା ବେଳେ ରାଜେଶ୍ୱର ଇଷ୍ଟର୍ଣ୍ଣ ଏକ୍ସପ୍ରେସ୍ ହାଇୱେରେ ନିଜ କାର୍ରୁ ଓହ୍ଲାଇ ଅନ୍ୟ ଏକ ଗାଡ଼ିରେ ବାହାରିଥିଲେ। ଏହାପରେ ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ନ ମିଳିବାରୁ ପୁଲିସରେ ନିଖୋଜ ଅଭିଯୋଗ ହୋଇଥିଲା। ଧୀରେ ଧୀରେ ଆଠ ଦିନ ବିତିଯାଇଥିଲେ ମଧ୍ୟ ରାଜେଶ୍ୱରଙ୍କ ବିଷୟରେ କୌଣସି ସୁରାକ ମିଳିନଥିଲା। ପୁଲିସ ରାଜେଶ୍ୱରଙ୍କୁ ଖୋଜୁଥିବା ବେଳେ ଡିସେମ୍ବର ୪ ତାରିଖ ଅଷ୍ଟମ ଦିନରେ ତାଙ୍କ ମୃତଦେହ ପାନଭେଲରୁ ମିଳିଥିଲା।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ରାଜେଶ୍ୱରଙ୍କ ନାକ ହାଡ଼ ଭାଙ୍ଗିଯାଇଛି ଏବଂ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୁହଁରେ କିଛି ଚାପ ପକାଇ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ରାଜେଶ୍ୱରନିଖୋଜ ଘଟଣା ଏବେ ହତ୍ୟା ମାମଲାରେ ପରିଣତ ହୋଇଛି। ଏମିତି ଏକ ମାମଲା ଯେଉଁଥିରେ ସବୁକିଛି ରହସ୍ୟମୟ ଥିଲା ଏବଂ ଅନେକ ପ୍ରଶ୍ନ ଉଠିଥିଲା । ନଭେମ୍ବର ୨୭ ତାରିଖରେ ରାଜେଶ୍ୱର ସେହି କାର୍ରେ କାହା ସହ ଯାତ୍ରା କରିଥିଲେ? ଯଦି ସେ କୌଣସି କାମରେ ଅଜଣା ବ୍ୟକ୍ତିଙ୍କ ସହ ଯାଇଥିଲେ, ତେବେ ସେ ଏ ବିଷୟରେ ତାଙ୍କ ପରିବାରଲୋକଙ୍କୁ କାହିଁକି ଜଣାଇଲେ ନାହିଁ?

ଆଉ ସବୁଠାରୁ ବଡ ପ୍ରଶ୍ନ – ରାଜେଶ୍ୱରଙ୍କୁ କିଏ ଓ କାହିଁକି ହତ୍ୟା କଲା ? ମାମଲାର ସମାଧାନ ପାଇଁ ପୁଲିସ ପ୍ରଥମେ ରାଜେଶ୍ୱରଙ୍କ ଡ୍ରାଇଭରଙ୍କ ସହ କଥା ହୋଇଥିଲା। କାରରେ ମାଲିକ କାହା ସହ ଯାଇଥିଲେ ତାହା ସେ ଜାଣିନଥିଲେ ମଧ୍ୟ ରାଜେଶ୍ୱର କାରରୁ ଓହ୍ଲାଇବା ପୂର୍ବରୁ କାହା ସହ ଫୋନରେ କଥା ହୋଇଥିଲେ ବୋଲି ସେ କହିଛନ୍ତି। ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ ପୋଲିସ ରାଜେଶ୍ୱରଙ୍କ କଲ୍ ଡିଟେଲ୍ସ ଠାବ କରିଥିଲା, ସେତେବେଳେ ଜଣାପଡ଼ିଥିଲା ଯେ ସେ ଶେଷ ଥର ପାଇଁ ମହାରାଷ୍ଟ୍ରର ଜଣେ ମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକ ସଚିନ ପାୱାରଙ୍କ ସହ କଥା ହୋଇଥିଲେ। ଏବେ ପୁଲିସ କୁ ରାଜେଶ୍ୱରଙ୍କ ଫୋନ୍ ମେସେଜ୍ ମଧ୍ୟ ମିଳିଥିଲା।

ମେସେଜରୁ ଜଣାପଡିଛି ଯେ ସଚିନ ତାଙ୍କ ଉପରେ କିଛି ଟଙ୍କା ବକେୟା ରଖିଥିଲେ ଏବଂ ସେ ତାଙ୍କୁ ଏହାକୁ ଫେରାଇବାକୁ ବାରମ୍ବାର କହୁଥିଲେ । ସଚିନ ରାଜେଶ୍ୱରଙ୍କ ମାମଲା ସମ୍ପର୍କରେ ଲଗାତାର ଅପଡେଟ୍ ପାଉଥିବା ଜାଣିବା ପରେ ପୁଲିସ ତାଙ୍କ ବିଷୟରେ ଆଉ କିଛି ସୁରାକ ଖୋଜୁଥିଲା। ତାଙ୍କ ଉପରେ ପୁଲିସର ସନ୍ଦେହ ଆହୁରି ଘନୀଭୂତ ହୋଇଥିଲା। ପୁଲିସ ସନ୍ଦେହ ଆଧାରରେ ସଚିନଙ୍କୁ ଅଟକ ରଖି ପଚରାଉଚରା କରିବାରୁ ସେ ଫେରାର ହୋଇଯାଇଥିଲେ।