fbpx

ପର୍ଣ୍ଣ ରାକେଟ୍ କେସ୍: ମୁମ୍ବାଇ ପୋଲିସ୍ ଗିରଫଦାରୀରୁ ବଞ୍ଚାଇବା ପାଇଁ ୧୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲା: ଗେହନା ବଶିଷ୍ଠ

ମୁମ୍ବାଇ: ପର୍ଣ୍ଣ ଫିଲ୍ମକୁ ନେଇ ଚାରି ମାସ ଜେଲ୍ ରେ ରହିଥିବା ଅଭିନେତ୍ରୀ ଗେହନା ବଶିଷ୍ଠ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ନିଜ ଗିରଫଦାରୀ ସମ୍ପର୍କରେ କହିଛନ୍ତି ଯେ, ସେ ଯେତେବେଳେ ଜେଲ୍ ରେ ଥିବା ସମୟରେ ପୋଲିସ୍ ତାଙ୍କୁ ୧୫ ଲକ୍ଷଟଙ୍କା ଲାଞ୍ଚ ମାଗିଥିଲା । ୧୫ ଲକ୍ଷ ଟଙ୍କା ଦେଲେ ଜେଲ୍ ରୁ ମୁକୁଳାଇ ଦେବେ ବୋଲି ପୋଲିସ୍ କହିଥିଲେ ବୋଲି ଗେହନା ଦାବି କରିଛନ୍ତି । ଗେହନା ବଶିଷ୍ଠଙ୍କୁ ଫେବୃଆରୀ ମାସରେ ଗିରଫ କରାଯାଇଥିଲା ଓ ଏବେ ସେ ଜାମିନ୍ ରେ ଅଛନ୍ତି ।

ଗେହନା ଗଣମାଧ୍ୟମ ସହ ହୋଇଥିବା ଏକ ସାକ୍ଷାତକାରରେ, ମୁମ୍ବାଇ ପୋଲିସ୍ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ, ଗିରଫଦାରୀରୁ ମୁକ୍ତ କରିବା ପାଇଁ ୧୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଗେହନା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, “ମୋତେ ଗିରଫଦାରୀରୁ ମୁକ୍ତ କରିବା ପାଇଁ ୧୫ ଲକ୍ଷ ଟଙ୍କା ଲାଞ୍ଚ ମଗାଯାଇଥିଲା । ସେମାନେ ମୋତେ ଟଙ୍କା ଦେବାକୁ କହିଥିଲେ । ହେଲେ ଯେତେବେଳେ ମୁଁ କହିଲି ମୋର କିଛି ଦୋଷ ନାହିଁ ସେତେବେଳେ ସେମାନେ କହିଲେ ଯେ, ଆମେ ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ କେସ୍ କରିପାରିବୁ” ।

ଗେହନା ବଶିଷ୍ଠ ଏହି ମାମଲାରେ ଅନ୍ୟ ଦୁଇ ଆରୋପୀ ୟଶ୍ ଠାକୁର ଓରଫ୍ ଅରବିନ୍ଦ କୁମାର ଶ୍ରୀବାସ୍ତବ ଏବଂ ତନବୀର ହାଶମୀଙ୍କ ହ୍ୱାଟସଆପ୍ ଚାଟ୍ ଦେଖାଇଥିଲେ । ଆଉ କହିଥିଲେ ଯେ, ଏମାନେ ମୁକୁଳିବା ପାଇର୍ ୮ ଲକ୍ଷ ଟଙ୍କା ଯୋଗାଡ଼ କରୁଥିଲେ । କାରଣ ସେମାନଙ୍କୁ ବି ପୋଲିସ୍ ଟଙ୍କା ମାଗିଥିଲା । ତେବେ ସୂଚନା ଥାଉ କି, ଗେହନା ଏବଂ ଅନ୍ୟ ଦୁଇଜଣ ଆଡଲ୍ଟ ମୁଭି ତିଆରି କରିବା ମାମଲାରେ ଗିରଫ ହୋଇଥିଲେ । ସେମାନଙ୍କ ବିରୋଧରେ ପର୍ଣ୍ଣୋଗ୍ରାଫୀ କେସ୍ ଅଣାଯାଇଥିଲା ।

 

Get real time updates directly on you device, subscribe now.