fbpx

ଭାରତ ଓ ଶ୍ରୀଲଙ୍କା ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ପୋଲିସର ଗାଇଡଲାଇନ୍‌, ଷ୍ଟାଡିୟମକୁ ନେଇଯାଇପାରିବେନି ଏହିସବୁ ଜିନିଷ

ମୁମ୍ବାଇ:ଆଇସିସି ୱାନ ଡେ’ ୱାର୍ଲ୍ଡ କପ୍ ୨୦୨୩ ର ୩୩ତମ ମ୍ୟାଚ୍ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ଏହାକୁ ନେଇ ମୁମ୍ବାଇ ପୋଲିସ ମ୍ୟାଚ୍ ଦେଖିବାକୁ ଆସୁଥିବା ଦର୍ଶକଙ୍କ ଲାଗି ଗାଇଡଲାଇନ୍ ଜାରି କରିଛି । ମହାରାଷ୍ଟ୍ରରେ ଚାଲୁଥିବା ଉଗ୍ର ମରାଠା ଆନ୍ଦୋଳନ କାରଣରୁ ଷ୍ଟାଡିୟମକୁ କୌଣସି ପ୍ରକାର ବିବାଦୀୟ ପୋଷ୍ଟର, ପତାକା ଓ ବ୍ୟାନର ନେଇପାରିବେ ନାହିଁ ।

ଏହାସହିତ ପୋଲିସ ଟ୍ରାଫିକ୍ ସମସ୍ୟାର ସମାଧାନ ଲାଗି ବ୍ୟକ୍ତିଗତ ଗାଡିର ବ୍ୟବହାର ଉପରେ ବି ପ୍ରତିବନ୍ଧ ଲଗାଇଛି । ଦର୍ଶକ କୌଣସି ପ୍ରକାର ବ୍ୟାଗ୍‌, ପାଣିବୋତଲ, ଲାଇଟର, ପାୱାରବ୍ୟାଙ୍କ, ମ୍ୟାଚବକ୍ସ ଷ୍ଟାଡିୟମ ମଧ୍ୟକୁ ନେଇପାରିବେ ନାହିଁ । ଏହା ବ୍ୟତିତ ସିଗାରେଟ୍‌, ଗୁଟକା, ତମାଖୁ ଉପରେ ବି ବ୍ୟାନ୍ ଲାଗିଛି । ମ୍ୟାଚ୍ ପାସ୍‌ରେ ଦିଆଯାଇଥିବା ସମସ୍ତ ନିୟମକୁ ପାଳନ କରିବାକୁ କୁହାଯାଇଛି । ଘରୁ ଷ୍ଟାଡିୟମ ପର୍ଯ୍ୟନ୍ତ ଆସିବାକୁ ପବ୍ଲିକ୍ ଟ୍ରାନ୍ସପୋର୍ଟର ବ୍ୟବହାର କରିବାକୁ କୁହାଯାଇଛି । କାରଣ ଗ୍ରାଉଣ୍ଡ ଭିତରେ କି ବାହାରେ କୌଣସି ପ୍ରକାର ପାର୍କିଂ ସୁବିଧା ଦିଆଯାଇନାହିଁ । ଏହା ବ୍ୟତିତ ମ୍ୟାଚ୍ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଷ୍ଟାଡିୟମରେ ପହଞ୍ଚିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ଆଇସିସି ୱାନ ଡେ’ ୱାର୍ଲ୍ଡ କପ୍ ୨୦୨୩ରେ ଭାରତୀୟ ଟିମ୍ ଏ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ହାରିନାହିଁ । ଭାରତୀୟ ଟିମ୍ ଏ ପର୍ଯ୍ୟନ୍ତ ଖେଳାଯାଇଥିବା ୬ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି ଓ ୧୨ ଅଙ୍କ ସହିତ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି ।

Get real time updates directly on you device, subscribe now.