fbpx

ମହେନ୍ଦ୍ର ସିଂ ଧୋନୀ ଅଚାନକ ପହଞ୍ଚି ଯାଉଛନ୍ତି ଫ୍ୟାନ୍ସଙ୍କ ଘରେ! No Lay’s, No Game କ୍ୟାମ୍ପେନରେ ଦେଉଛନ୍ତି ସରପ୍ରାଇଜ୍‌, ଇଣ୍ଟରନେଟ୍‌ରେ ଜବରଦସ୍ତ ଭାଇରାଲ୍

ନୂଆଦିଲ୍ଲୀ:ପେପ୍‌ସୀକୋ ମହେନ୍ଦ୍ର ସିଂ ଧୋନୀଙ୍କୁ ଏହାର ଚିପ୍ସ ବ୍ରାଣ୍ଡ ଲେଜ୍‌ର ବ୍ରାଣ୍ଡ ଆମ୍ବାସଡର କରିଛି । ଏବେ ଧୋନୀଙ୍କର ଏହି ସରପ୍ରାଇଜ୍ ଇଣ୍ଟରନେଟ୍‌ରେ ଜବରଦସ୍ତ ଭାଇରାଲ୍ ହେଉଛି । ପୂର୍ବ ଭାରତୀୟ କ୍ରିକେଟ୍ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ ନୋ ଲେଜ୍‌, ନୋ ଗେମ୍ କ୍ୟାମ୍ପେନ୍ ଜରିଆରେ ନିଜ ଫ୍ୟାନ୍ସମାନଙ୍କ ଘରେ ଅଚାନକ ପହଞ୍ଚି ସେମାନଙ୍କୁ ସରପ୍ରାଇଜ୍ ଦେଉଛନ୍ତି । ଧୋନୀଙ୍କ ଏକ ଟେଲିଭିଜନ ବିଜ୍ଞାପନ ଜରିଆରେ ଏକ ବିଶେଷ ସାକ୍ଷାତକାର ସହିତ ଫ୍ୟାନ୍ସମାନଙ୍କୁ ଚକିତ କରି ଦେଇଛନ୍ତି ।

ପେପ୍‌ସୀକୋ ମହେନ୍ଦ୍ର ସିଂ ଧୋନୀଙ୍କୁ ଏହାର ଚିପ୍ସ ବ୍ରାଣ୍ଡ ଲେଜର ବ୍ରାଣ୍ଡ ଆମ୍ବାସଡର କରିଛି । ଧୋନୀଙ୍କୁ ପାଖରେ ପାଇ ଫ୍ୟାନ୍ସ ବେଶ୍ ଚକିତ ହୋଇପଡୁଛନ୍ତି । ଏହି କ୍ୟାମ୍ପେନରେ ଧୋନୀ ଲୋକଙ୍କୁ ପଚାରୁଛନ୍ତି କି ସେମାନଙ୍କ ଘରେ ବସି ସେ ବିଶ୍ୱକପ୍ ମ୍ୟାଚ୍ ଦେଖିପାରିବେ କି ? ଓ ଏଥିପାଇଁ ସେ ଏକ ମଜାଦାର ସର୍ତ୍ତ ମଧ୍ୟ ରଖୁଛନ୍ତି । ସେ କହୁଛନ୍ତି ସେ ମ୍ୟାଚ୍ ଦେଖିବା ସମୟରେ ତାଙ୍କ ସହ ସେତେବେଳେ ଯାଇ ସମୟ ବିତାଇବେ ଯେତେବେଳେ ତାଙ୍କ ହାତରେ ଲେଜ୍ ରହିଥିବ । ଏହାପରେ ଲୋକମାନେ ଆଳୁ ଚିପ୍ସ ସ୍ନାକ୍ସ ଆଣିବା ପାଇଁ ଧାଉଁଛନ୍ତି ଓ ଯେତେବେଳେ କାହାକୁ ଚିପ୍ସ ମିଳିଯାଉଛି ସେତେବେଳେ ସେମାନେ ଧୋନୀଙ୍କୁ ନିଜ ଘରେ ଆବିଷ୍କାର କରୁଛନ୍ତି । ଏହାରି ଉପରେ ହିଁ ଆଡ୍‌ଟି ପର୍ଯ୍ୟବେଶିତ ହୋଇଛି । ଏହାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ପ୍ରତିକ୍ରିୟା ମିଳିବାରେ ଲାଗିଛି । ଏହି ନୂଆ ବିଜ୍ଞାପନ ଏବେ ସମସ୍ତ ଧୋନୀ ଫ୍ୟାନ୍ସଙ୍କ ଲାଗି ଏକ ସ୍ୱପ୍ନ ପାଲଟିଛି ।

Get real time updates directly on you device, subscribe now.