fbpx

ମହଙ୍ଗା ପଡିଲା MRP ଠାରୁ ଅଧିକ ୧୦ ଟଙ୍କା ନେବା, ୨୦ ଲକ୍ଷ ଫାଇନ ଦେବେ ମୋଦ ଦୋକାନୀ

କଟକ: ଏମଆରପି ଠାରୁ ଅଧିକ ୧୦ ଟଙ୍କା ନେବା ଯୋଗୁଁ ମଦଦୋକାନୀଙ୍କ ଉପରେ ୨୦ ଲକ୍ଷ ଟଙ୍କାର ଫାଇନ ପଡିଛି । କଟକ ବାରଙ୍ଗ ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ରାମଦାସପୁରରେ ଥିବା ଇଣ୍ଡିଆ ମେଡ ଫରେନ ଲିକୋର ଦୋକାନରେ ଏକ ଗ୍ରାହକଙ୍କୁ ଏମଆରପି ଠାରୁ ୧୦ ଟଙ୍କାରେ ମଦ ଦିଆଯାଇଥିଲା ।

ସୂଚନା ଅନୁଯାୟୀ, ଏହି ଗ୍ରାହକ ଜଣକ କଟକର ସିଡିଏ ବାସିନ୍ଦା ଅଟନ୍ତି । ସେ କୋର୍ଟରେ ଏକ ପିଟିସନ ଦାଖଲ କରି କହିଛନ୍ତି ଯେ, ଉକ୍ତ ମଦ ଦୋକାନ ଏମଆରପି ଠାରୁ ୧୦ ଟଙ୍କା ଅଧିକ ଚାର୍ଜ କରୁଛି । ଏହାପରେ କୋର୍ଟ ଦୋକାନୀଙ୍କ ବିରୋଧରେ ଏକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଉପରୋକ୍ତ ଅଭିଯୋଗ ପରେ କୋର୍ଟ ସେହି ମଦ ଦୋକାନୀଙ୍କ ଉପରେ ୨୦ ଲକ୍ଷ ଟଙ୍କାର ଜରିମାନା ପକାଇଛନ୍ତି । ଏଥିସହ ରାଜ୍ୟ ଏକ୍ସାଇଜ୍ ବିଭାଗ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମଦ ଦୋକାନକୁ ସିଲ୍ କରାଯାଇଛି । ଏହି ଦୋକାନଟି ବାରଙ୍ଗ ପୋଲିସ ଷ୍ଟେସନ ଅନ୍ତର୍ଗତ ଗୋଡିସାହିରେ ଅବସ୍ଥିତ ।

Get real time updates directly on you device, subscribe now.