fbpx

ଆସନ୍ତା ଫେବ୍ରୁଆରୀ ୧୧ରେ ପାକିସ୍ତାନ ସାଧାରଣ ନିର୍ବାଚନ: ପାକିସ୍ତାନ ନିର୍ବାଚନ କମିଶନଙ୍କ ସୂଚନା

ଆସନ୍ତା ଫେବ୍ରୁଆରୀ ୧୧ରେ ପାକିସ୍ତାନ ସାଧାରଣ ନିର୍ବାଚନ । ଏ ନେଇ ଆଜି ପାକିସ୍ତାନ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ତେବେ ଏହାଦ୍ୱାରା ନିିଶ୍ଚିତତା ଓ ଅନିଶ୍ଚିତତା ଦେଇ ଗତି କରୁଥିବା ଏହି ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

ପାକିସ୍ତାନ ନିର୍ବାଚନ କମିଶନ କାଉନସିଲ କୋର୍ଟକୁ ଏ ନେଇ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଜାନୁଆରୀ ୨୯ ୨୦୨୪ ସୁଦ୍ଧା ଭୋଟ କାର୍ଯ୍ୟ ଆରମ୍ଭ କରାଯାଇ ପାରିବ । ସେପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀଗୁଡ଼ିକର ମଧ୍ୟ ପୁନର୍ଗଠନ ମଧ୍ୟ ଶେଷ ହୋଇଥିବ ।

ତେବେ ରାଷ୍ଟ୍ରୀୟ ସଭା ଭଙ୍ଗ ହେବାର ୯୦ ଦିନ ଭିତରେ ଏହି ନିର୍ବାଚନ କରିବା ପାଇଁ ଅନେକ ପିଟିସନ ଆପେକ୍ସ କୋର୍ଟରେ ଦାଖଲ କରାଯାଇଥିଲା । ସୁପ୍ରିମକୋର୍ଟ ବାର ଆସୋସିଏସନ ଏବଂ ପାକିସ୍ତାନ ତେହରୀକ-ଇ-ଇନସାଫ ଏ ନେଇ ଆବେଦନ କରିଥିଲା । ପରିଶେଷରେ ରାଷ୍ଟ୍ରପତି ଅରିଫ ଅଲୀ ଏହି ଆସେମ୍ବ୍ଲୀକୁ ଭଙ୍ଗ କରିଥିଲେ ।

Get real time updates directly on you device, subscribe now.