fbpx
BSKY SKY
BSKY SKY

ମୁମ୍ବାଇରେ ବର୍ଷାର ତାଣ୍ଡବ: ଏଯାବତ୍ ୨୦ ମୃତ

BSKY

ନୂଆଦିଲ୍ଲୀ: ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଜନ-ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଠାରେ ଶନିବାର ରାତିରୁ ହିଁ ପ୍ରବଳ ବର୍ଷା ଲାଗି ରହିଛି ଏବଂ ରବିବାର ସକାଳ ପର୍ଯ୍ୟନ୍ତ ଏହା ଜାରି ରହିଛି । ଫଳରେ ରାସ୍ତାଘାଟରେ ପାଣି ଜମିବା ସହିତ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ପ୍ରବଳ ବର୍ଷା କାରଣରୁ ସହରରେ କୃତ୍ରିମ ବନ୍ୟା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ିବା ଏବଂ ଅନ୍ୟାନ୍ୟ କାରଣରୁ ମୋଟ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ତେଣୁ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହିତ ମୃତ୍ୟୁ ହୋଇଯାଇଥିବା ମହିଳାଙ୍କ ପରିବାର ପାଇଁ ଦୁଇ ଲକ୍ଷ ଟଙ୍କା ଏବଂ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି ।

ଏହି ସମୟରେ ମୁମ୍ବାଇ ଏକଦମ୍ ବେହାଲ୍ ଅବସ୍ଥାରେ ରହିଛି । ଏହାଯୋଗୁଁ ମୁମ୍ବାଇ ଲୋକାଲ୍ ଟ୍ରେନ୍ ସେବା ମଧ୍ୟ ଠପ୍ ହୋଇଯାଇଛି । ଅନେକ ଲୋକଙ୍କ ଘରେ ପାଣି ପଶିବା ଫଳରେ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତଳିଆ ଅଞ୍ଚଳରେ ମଧ୍ୟ ଏତେ ପରିମାଣରେ ପାଣି ଜମି ରହିଛି ଯେ, ତାହା ନଦୀର ଭ୍ରମ ସୃଷ୍ଟି କରୁଛି । ବିଭିନ୍ନ ରେଲୱେ ଟ୍ରାକ୍ ଉପରେ ପାଣି ଚାଲୁଥିବାରୁ ଟ୍ରେନ୍ ସେବାରେ ବ୍ୟାଘାତ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.